FeaturedLatestViral Video

ଆମ୍ବୁଲାନ୍ସ ଭଡ଼ାକୁ କେନ୍ଦ୍ର କରି ଡାକ୍ତରଖାନାରେ ମାଡପିଟ୍..

ବାଲେଶ୍ବର ୧୧।୦୪: ( ସଂକେତ୍ ଟିଭି) ଆମ୍ବୁଲାନ୍ସ ଭଡ଼ାକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ମାଡ ପିଟ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ଯ ଏକ ଆମ୍ବୁଲାନ୍ସର ମାଲିକଙ୍କ ମଧ୍ଯରେ ମାଡପିଟ ହୋଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ନୀଳଗିରି ହସ୍ପିଟାଲରେ ଜଣେ ରୋଗୀ ଡିସଚାର୍ଜ ହୋଇ ନିଜ ଘରକୁ ସ୍ଥାନାନ୍ତର ହେଉଥିଲେ। ଏହି ରୋଗୀଙ୍କୁ ଘରକୁ ନେବା ପାଇଁ ତାଙ୍କ ସମ୍ପର୍କୀୟମାନେ ୩ଶହ ଟଙ୍କା ଭଡ଼ାରେ କଟିଆ ନାୟକଙ୍କ ଆମ୍ବୁଲାନ୍ସ ଡ୍ରାଇଭର ନିନ ବେହେରା ଆମ୍ବୁଲାନ୍ସ ଲଗାଇ ଥିଲେ। ଏତିକି ବେଳେ ଅନ୍ୟ ଏକ ଆମ୍ବୁଲାନ୍ସର ମାଲିକ ତଥା ଡ୍ରାଇଭର ନୀଳଗିରି ଟାଉନର ବାବୁ ଓରଫ ଉପେନ୍ଦ୍ର ମିଶ୍ର ପହଞ୍ଚି ୨ଶହ ଟଙ୍କା ଭଡ଼ା ନେବେ ବୋଲି କହିଥିଲେ । ଏହାକୁ କେନ୍ଦ୍ରକରି ନିନ ବେହେରା ଏବଂ ଉପେନ୍ଦ୍ର ମିଶ୍ରଙ୍କ ମଧ୍ଯରେ ପ୍ରଥମେ କଥା କଟାକଟି ଓ ପରେ ମାଡପିଟ ହୋଇଥିଲା।

ଦୀର୍ଘ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ମାରପିଟ ଦେଖି ଲୋକେ ତଟସ୍ଥ ହୋଇ ପଡ଼ିଥିଲେ। ଏଥିରେ ଉଭୟ କ୍ଷତାକ୍ତ ହୋଇଛନ୍ତି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ଘଟଣାକୁ ନେଇ ଆପୋଷ ସମାଧାନ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *