Special

ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ନୀଳଗିରି,୨୩/୭(ଆ.ପ୍ର): କୋଭିଡ ଭଳି ସଙ୍କଟ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣ କରିବାରେ ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ରୋଗୀଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ ରଖି ସ୍ବର୍ଗତ ଶିଶିର ମହାପାତ୍ର ଙ୍କ ସାନପୁଅ ସମାଜସେବୀ ସବ୍ୟସାଚୀ ମହାପାତ୍ର ଙ୍କ ନେତୃତ୍ୱରେ ନୀଳଗିରି ନିର୍ବାଚନ ମଣ୍ଡଳ ସ୍ତରୀୟ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଆସୁଅଛି।

ଆଜି ନୀଳଗିରି ୨ ନମ୍ବର ଯୋନ ପଞ୍ଚଲିଙ୍ଗେଶ୍ୱର ଠାରେ ଆୟୋଜିତ ଏହି ଶିବିର ରେ ବାଉଁଶବଣିଆ,ଶ୍ୟାମସୁନ୍ଦରପୁର,ଇଶ୍ୱରପୁର,ଗରଡ଼ିହି ଓ ଦକ୍ଷିଣ ନରସିଂହପୁର ପଂଚାୟତ ର ବହୁ ଯୁବଗୋଷ୍ଠୀ ରକ୍ତଦାନ କରିଥିଲେ। ଆଜି ପ୍ରବଳ ବର୍ଷା ସତ୍ବେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ମୋଟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ଏଥିରେ ଯୁବନେତା ଅଜୟ ରାଉତ,ସିପ୍ତିକାନ୍ତ ମହାନ୍ତି,ମାନସ ଦେବଗୋସ୍ଵାମୀ,ମାୟାଧର ବିଶ୍ୱାଳ,ଲଷ୍ମୀଧର ବିଶ୍ୱାଳ,ପ୍ରସନ୍ନ ମହାନ୍ତି,ତାପଶ ଜେନା,ମାନଶ ହୋତା ପ୍ରମୁଖ ସହଯୋଗ କରିଥିବା ବେଳେ ବହୁ ଯୁବଗୋଷ୍ଠି ଉପସ୍ଥିତ ଥିଲେ।ରକ୍ତଦାନ କ୍ଷେତ୍ରରେ ଯୁବଗୋଷ୍ଠୀ ଆଗେଇ ଆସିଥିବାରୁ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ଶିଶିର ମହାପାତ୍ର ଫାଉଣ୍ଡେସନ ର ଆବାହକ ସବ୍ୟସାଚୀ ମହାପାତ୍ର।

Leave a Reply

Your email address will not be published. Required fields are marked *