Latest

ଆଇପିଏଲ୍ : ଏଲିମିନେଟରରେ ଆରସିବିକୁ ହରାଇ ବାଜି ମାରିଲା କୋଲକାତା

ସାରଜା ୧୧/୧୦: (ସଂକେତ ଟିଭି) ଆଇପିଏଲ ୨୦୨୧ର ଏଲିମିନେଟର ରୋମାଞ୍ଚକର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଓ୍ଵିକେଟ୍‌ରେ ପରାଜିତ କରିଛି । ଏହି ବିଜୟ ସହ କୋଲକାତା କ୍ଵାଲିଫାୟର-୨ରେ ପହଞ୍ଚି ଥିବା ବେଳେ ବେଙ୍ଗାଲୁରୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଏବେ ଦ୍ଵିତୀୟ କ୍ଵାଲିଫାୟରରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ଏହି ମୁକାବିଲା ସେପ୍ଟେମ୍ବର ୧୩ରେ ଖେଳାଯିବ।

ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୮ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୩୯ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବଦତ୍ତ ପାଡିକଲ ୨୧, ମ୍ୟାକ୍ସଓ୍ଵେଲ ୧୫, ଏବି ଡିଭିଲିୟର୍ସ ୧୧, ଶାହାବାଜ ଅହମ୍ମଦ ୧୩ ରନ କରିଥିଲେ। କୋଲକାତା ପକ୍ଷରୁ ସୁନିଲ ନାରିନେ ୨୧ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ।

ଜବାବରେ ବ୍ୟାଟସମ୍ୟାନଙ୍କ ମିଳିତ ଯୋଗଦାନରେ କୋଲକାତା ୧୯.୪ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ସୁନିଲ ନାରିନେ ୨୬ ରନ କରିଥିଲେ। ଶୁଭମାନ ଗିଲ୍ ୨୯, ଭେଙ୍କଟେଶ ଆୟର ୨୬, ନୀତିଶ ରାଣା ୨୩ ରନ କରିଥିଲେ। ସାକିକ ଉଲ ହାସନ ୯ ରନ ଏବଂ ମୋର୍ଗାନ ୫ ରନରେ ଅପରାଜିତ ଥିଲେ। ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଲ ୧୬ ରନ ଦେଇ ୨ ଓ୍ଵିକେଟ୍, ମହମ୍ମଦ ସିରାଜ ୧୯ ରନ ଦେଇ ଦୁଇ ଏବଂ ହର୍ଷଳ ପଟେଲ୍ ୨ ଓ୍ଵିକେଟ୍ ନେଇଥିଲେ।

ଏଥିସହ ବିରାଟ କୋହଲିଙ୍କ ଆରସିବିର ଅଧିନାୟକ ଭାବେ ଖେଳର ପୂର୍ଣ୍ଣଛେଦ ପଡିଛି। ସେ ଆଉ ଆଇପିଏଲରେ ଅଧିନାୟକ ହେବେ ନାହିଁ ବୋଲି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *