Latest

ଇଟାଲିୟନ୍ ଚଷମା କାଢ଼ି ଭାରତୀୟ ଚଷମା ପିନ୍ଧିନ୍ତୁ, ବିକାଶ ଦେଖାଯିବ : ଅମିତ୍ ଶାହା

ନୂଆଦିଲ୍ଲୀ (ସଂକେତ୍ ଟିଭି) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବେ ଦୁଇଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି । ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା ରାହୁଳ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି କି କଂଗ୍ରେସର କିଛି ସାଥୀ ଆମକୁ ବାରମ୍ବାର ପଚାରି ଚାଲିଛନ୍ତି କି ମୋଦୀ ସରକାରଙ୍କୁ କ୍ଷମତାସୀନ ହେବା ୮ବର୍ଷ ବିତିଗଲାଣି । ହେଲେ ମୋଦୀ ସରକାର ଏ ଦେଶ ପାଇଁ କ’ଣ କରିଛନ୍ତି? ତେବେ ଅରୁଣାଚଳ ପ୍ରଦେଶର ବାସିନ୍ଦାମାନଙ୍କୁ ଶାହା ବିନମ୍ରତାର ସହ ପଚାରିଛନ୍ତି କି ଆପଣମାନେ ଏଠାରେ ବିକାଶର ଗନ୍ଧ ବାରିପାରୁଛନ୍ତି କି ନାହିଁ?

କଂଗ୍ରେସର ଲୋକମାନେ ଆଖି ବନ୍ଦ କରି ବିକାଶ କେଉଁଠି ହୋଇଛି ବୋଲି ପ୍ରଶ୍ନ ପଚାରୁଥିବାବେଳେ ଶାହା କହିଛନ୍ତି କି ରାହୁଳ ବାବା, ଆପଣ ଇଟାଲିୟନ୍ ଚଷମା କାଢ଼ି ଭାରତୀୟ ଚଷମା ପିନ୍ଧିଲେ ଆପଣଙ୍କୁ ୮ବର୍ଷରେ ମୋଦୀ ସରକାର କ’ଣ ବିକାଶ କରିଛନ୍ତି ସ୍ପଷ୍ଟ ଦୃଶ୍ୟମାନ ହେବ । ଆମେ ପର୍ଯ୍ୟଟନ ଶିଳ୍ପ ସହ କାନୁନ୍ ବ୍ୟବସ୍ଥାକୁ ମଜବୁତ୍ କରି ଦେଖାଇଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଯେଉଁ ବିକାଶ କରିଛନ୍ତି ତାହା ୫୦ ବର୍ଷରେ ବି ସମ୍ଭବ ହୋଇନଥିଲା ।

Leave a Reply

Your email address will not be published. Required fields are marked *