EducationFeaturedLatest

ନିଟ୍-ୟୁଜି ୨୦୨୫ ଫଳାଫଳ: ରାଜସ୍ଥାନର ମହେଶ ଟପ୍ପର, ଓଡିଶାର ସ୍ନେହାଶିଷ ରାଜ୍ୟ ଶ୍ରେଷ୍ଠ

ନୂଆଦିଲ୍ଲୀ (ସଂକେତ ଟିଭି): ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଆୟୋଜିତ ନିଟ୍-ୟୁଜି ୨୦୨୫ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ କରାଯାଇଛି। ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଯେତେବେଳେ ମଧ୍ୟପ୍ରଦେଶର ଉତ୍କର୍ଷ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଓଡିଶାର କାମଯାଗୀ: ଓଡିଶାର ସ୍ନେହାଶିଷ ଦାଶ ରାଜ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ସର୍ବଭାରତୀୟ ତାଲିକାରେ ୬୦ତମ ସ୍ଥାନ ପାଇଛନ୍ତି। ଏହି ପରୀକ୍ଷାରେ ମେ ୪ ତାରିଖରେ ଗୋଟିଏ ସିଫ୍ଟରେ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଫଳାଫଳ ପ୍ରକାଶ ପରେ ଛାତ୍ର-ଛାତ୍ରୀମାନଙ୍କୁ ସେମାନଙ୍କର ସ୍କୋରକାର୍ଡ ଇ-ମେଲ୍ ମାଧ୍ୟମରେ ଦେଖିବାକୁ ପରାମର୍ଶ ଦିଆଯାଇଛି।

କାଉନସିଲିଂ ପ୍ରକ୍ରିୟା: ନିଟ୍-ୟୁଜି ଫଳାଫଳ ଏବଂ କଟଅଫ୍ ଆଧାରରେ ମେଡିକାଲ କଲେଜଗୁଡ଼ିକରେ ଏମ୍‌ବିବିଏସ୍, ବିଡିଏସ୍ ଏବଂ ଅନ୍ୟାନ୍ୟ ମେଡିକାଲ କୋର୍ସଗୁଡ଼ିକ ପାଇଁ କାଉନସିଲିଂ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଏହି ପ୍ରକ୍ରିୟା ଅଖିଳ ଭାରତୀୟ କୋଟା ଏବଂ ରାଜ୍ୟ କୋଟା ଅନୁଯାୟୀ ପୃଥକ୍ ଭାବରେ ଆୟୋଜିତ ହେବ। ଦେଶର ୭୮୦ ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟା ଚାଲିବ।

ସିଟ୍ ସଂଖ୍ୟା: ୨୦୨୫ ସୁଦ୍ଧା ଭାରତରେ ମୋଟ ୧,୧୮,୧୯୦ ଏମ୍‌ବିବିଏସ୍ ସିଟ୍, ୨୭,୮୬୮ ବିଡିଏସ୍ ସିଟ୍, ୧,୨୦୫ ଏମ୍ସ ସିଟ୍ ଏବଂ ୨୦୦ ଜେଆଇପିଏମ୍ଇପି ସିଟ୍ ଉପଲବ୍ଧ ଅଛି। ନିଟ୍-ୟୁଜି କାଉନସିଲିଂ ପ୍ରଣାଳୀ ଅନୁଯାୟୀ ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବେ। ସାଧାରଣତଃ ଜୁଲାଇ ମାସରେ କାଉନସିଲିଂ ପ୍ରକ୍ରିୟା ସମ୍ପନ୍ନ ହୋଇଥାଏ।

Leave a Reply

Your email address will not be published. Required fields are marked *