CrimeFeaturedLatest

ଜାତୀୟ ରାଜପଥରେ ମାର୍ବଲ ମିସ୍ତ୍ରୀଙ୍କୁ ହତ୍ୟା, ଜଣେ ଗୁରୁତର

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଧିନ ଜାତୀୟ ରାଜପଥ ୧୬ନଂ ଜାରକାପଡ଼ା ଠାରେ ରବିବାର ରାତିରେ ଏକ ହତ୍ୟା ମାମଲା ଘଟିଛି। ଏଥିରେ ଜଣେ ମାର୍ବଲ ମିସ୍ତ୍ରୀ ନିହତ ହୋଇଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଭାବରେ ଆହତ ହୋଇଛନ୍ତି। ମୃତକ ଶିଳ୍ପାଞ୍ଚଳ ଥାନା ଅଧୀନରେ ପରିବେଶ ନାଇକା ଗ୍ରାମର ବାସିନ୍ଦା ୨୫ ବର୍ଷୀୟ ବାପୁନ ଖିଲାର ବୋଲି ଚିହ୍ନାଯାଇଛି।

ସୂଚନାନୁଯାୟୀ, ରବିବାର ରାତିରେ ବାପୁନ ଖିଲାର ଏବଂ ତାଙ୍କ ସାଙ୍ଗ ଅମୁଲ୍ୟ ମହାନ୍ତି ଜାରକାପଡ଼ା ଅଞ୍ଚଳରେ ଥିବା ବେଳେ ୫ରୁ ୬ ଜଣ ଅଜ୍ଞାତ ଦୁର୍ବୃତ୍ତଙ୍କ ଦ୍ୱାରା ସଙ୍ଘବଦ୍ଧ ଭାବେ ଆକ୍ରମଣର ଶିକାର ହୋଇଥାନ୍ତି। ଆକ୍ରମଣକାରୀମାନେ ଉଭୟଙ୍କୁ ଆକ୍ରମଣ କରି ଘଟଣା ସ୍ଥଳୀରୁ ପଳାୟନ କରିଯାଇଛନ୍ତି।

ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଆହତ ବାପୁନଙ୍କୁ ତତକ୍ଷଣାତ୍ ରେମୁଣା ଏଫଏମ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା। ଯଥାସମୟରେ ଚିକିତ୍ସା ପାଇବା ସତ୍ତ୍ୱେ ଡାକ୍ତରଙ୍କ ଦ୍ୱାରା ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ଆହତ ଅମୁଲ୍ୟ ମହାନ୍ତି ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ଏହି ଘଟଣାରେ ଶିଳ୍ପାଞ୍ଚଳ ଥାନାରେ ପୁଲିସଙ୍କ ନିକଟରେ ମୃତକଙ୍କ ପରିବାର ଦ୍ୱାରା ଅଭିଯୋଗ ଦାଖଲ କରାଯାଇଛି। ପୁଲିସ ଏକ ହତ୍ୟା ମାମଲା ଧାର୍ୟ୍ୟ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶବକୁ ସୋମବାର ସକାଳ ୧୧ଟା ବେଳେ ଆହୁରି ତଦନ୍ତ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିଲା। ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ପୁଲିସ ତତ୍ପର ହୋଇଛି।

Leave a Reply

Your email address will not be published. Required fields are marked *