FeaturedLatestNewsPolitics

ବସ୍ତା ବିଧାୟିକାଙ୍କ କୁଶପୁତ୍ତଳିକା ଦାହ, ବିଜେଡି କହିଲା ସୁବାସିନୀ ବିଶ୍ବାସଘାତକତା କରିଛନ୍ତି

ବାଲେଶ୍ବର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣାକୁ କେନ୍ଦ୍ରକରି ବାଲେଶ୍ୱର ଜିଲ୍ଲାରେ ପ୍ରତିବାଦ ପ୍ରକାଶ ପାଇଛି। ବାଲେଶ୍ୱର ସହରର ଷ୍ଟେସନ ଛକଠାରେ ବିଜେଡି କର୍ମୀମାନେ ଆଜି ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ସଦର ବିଧାନସଭା ଆସନର ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କ ନେତୃତ୍ବରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ସୁବାସିନୀ ଜେନାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୂର୍ବତନ ବିଧାୟକ ସ୍ବରୂପ ଦାସ ଏହି ଅବସରରେ କହିଛନ୍ତି ଯେ ସୁବାସିନୀ ଜେନା ଦଳ ପ୍ରତି ବେଇମାନୀ କରିଛନ୍ତି।

ସ୍ବରୂପ ଦାସ କହିଛନ୍ତି, “ସୁବାସିନୀ ଜେନା ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେ ନବୀନ ନିବାସରେ ବିଧାୟକଙ୍କ ସହିତ ରାତ୍ରୀ ନିବାସ କରିଥିଲେ। ଏହା ସହିତ ସେ ଶେଷ ପର୍ଯ୍ୟନ୍ତ ଗଣମାଧ୍ୟମକୁ କହିଥିଲେ ଯେ ସେ ଦଳୀୟ ନିଷ୍ପତ୍ତି ଅନୁସାରେ ଭୋଟ୍ ଦେବେ। କିନ୍ତୁ ଶେଷରେ ସେ ଦଳ ପ୍ରତି ବେଇମାନୀ କରିଛନ୍ତି।”

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବସ୍ତା ବିଧାୟିକା ସୁବାସିନୀ ଜେନା ଏବଂ ଅନ୍ୟ କେତେକ ବିଧାୟକ ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିଲେ। ଯାହାଫଳରେ ବିଜେଡି-କଂଗ୍ରେସ ମେଣ୍ଟ ସମର୍ଥିତ ପ୍ରାର୍ଥୀ ଡ. ଦତ୍ତେଶ୍ୱର ହୋତାଙ୍କ ପରିବର୍ତ୍ତେ ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ।