FeaturedLatestNews

ପୁରୀ ସମୁଦ୍ରରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ (ସଂକେତ ଟିଭି): ପୁରୀ ସମୁଦ୍ର ବେଳାଭୂମିରେ ଏକ ଦୁଃଖଦ ଅଘଟଣ ଘଟିଛି । ସମୁଦ୍ରରେ ବୁଡ଼ି ଯାଇ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ପୁରୀ ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ପର୍ଯ୍ୟଟକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ହଠାତ୍ ସେମାନେ ସମୁଦ୍ରର ପାଣି ସୁଅରେ ଭାସିଯାଇଥିଲେ । ଏହାକୁ ଦେଖି ଘଟଣାସ୍ଥଳରେ ଥିବା ଲାଇଫ୍ ଗାର୍ଡମାନେ ତୁରନ୍ତ ବୁଡ଼ିଯାଉଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ତୁରନ୍ତ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଆସିବା ବେଳକୁ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ।

ସେହିପରି, ଗତକାଲି ମଧ୍ୟ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ବୁଡ଼ି ଯାଇଥିଲେ । ସମୁଦ୍ର କୂଳ ସେକ୍ଟର ୧୪ରେ ଏହି ଅଘଟଣ ଘଟିଥିଲା । ସେଠାରେ ଥିବା ଲାଇଫ୍ ଗାର୍ଡମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବହୁ ଖୋଜାଖୋଜି କରିବା ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।