ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ; ମୁଖ୍ୟମନ୍ତ୍ରୀ ହାତରେ ଖଡ଼ିଛୁଆଁ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ପାଳନ ଅବସରରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ଆୟୋଜିତ ହୋଇଯାଇଛି। ରାଜଭବନ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୁନି କୁନି ପିଲାଙ୍କ ସହ ଭାବ ବିନିମୟ କରିବା ସହ ଖଡ଼ିଛୁଆଁଇଥିଲେ। କୋମଳମତି ଶିଶୁମାନଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଳି ଏକ ନିଷ୍ପତ୍ତି ନିଆଯାଇଥିଲା।
ପୂର୍ବ ବର୍ଷ ମଧ୍ୟ ଏଭଳି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଚଳିତ ବର୍ଷ ପିଲାମାନଙ୍କ ସହ ଅଭିଭାବକମାନେ ମଧ୍ୟ ସାମିଲ ହେବେ। ଏହା ସହିତ ଶିକ୍ଷା ସଚେତନତା ରଥ ଜିଲ୍ଲାରୁ ଜିଲ୍ଲା ଗଡ଼ିବ।
୬ ତାରିଖରୁ ୧୦ ତାରିଖ ଯାଏଁ ଶିକ୍ଷା ରଥ ଗଡ଼ିବ। ଆମ ରାଷ୍ଟ୍ରର ସୁଶିକ୍ଷିତ ଭବିଷ୍ୟତ ଗଠନ ଦିଗରେ କୁନି କୁନି ପିଲାମାନେ ଶିକ୍ଷାର ପ୍ରଥମ ସୋପାନରେ ପାଦ ରଖିଛନ୍ତି।
ଏହି ଉତ୍ସବକୁ ସମସ୍ତ ଜିଲ୍ଲାରେ ୬ରୁ ୮ ଏପ୍ରିଲ ଯାଏଁ ପାଳନ କରାଯିବ। ଏହି ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ, ନିର୍ବାଚିତ ପ୍ରତିନିଧି, ବରିଷ୍ଠ ଅଧିକାରୀ ଓ ନାଗରିକ ସମାଜ ଭାଗ ନେବେ। ମୁଖ୍ୟମନ୍ତ୍ରୀଙ୍କ ସମେତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଭାଗୀୟ ସଚିବ ଯୋଗଦେଇଥିଲେ।
