ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ, ୭୨.୩୮% ଆଶାୟୀ ଉତ୍ତୀର୍ଣ୍ଣ
କଟକ (ସଂକେତ ଟିଭି): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ OSSTET-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଏଥର ୭୨.୩୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଅପରାହ୍ନ ୪ଟା ପରଠାରୁ ବୋର୍ଡର ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ। ସେହିପରି ଅପରାହ୍ନ ୫ଟା ପରଠାରୁ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ସେମାନଙ୍କର ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।
ଗତ ଜାନୁଆରୀ ୨୧ ତାରିଖରେ OSSTET ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ଉଭୟ ପେପର-୧ ଓ ପେପର-୨ ପରୀକ୍ଷା ଆଶାୟୀମାନେ ଦେଇଥିଲେ।
ବୋର୍ଡ ୱେବସାଇଟ୍ http://bseodisha.ac.in ଓ http://bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ। ଯେଉଁମାନେ ଉତ୍ତୀର୍ଣ୍ଣ ହୋଇନାହାନ୍ତି, ସେମାନେ OMR ସିଟ୍ ଡାଉନଲୋଡ୍ କରିପାରିବେ। ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ଆଗାମୀ ୭ ଦିନ ମଧ୍ୟରେ ବୋର୍ଡରୁ OMR ସିଟ୍ ସଂଗ୍ରହ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।
