CrimeFeaturedLatestNews

ହୋଟେଲରେ ସେକ୍ସ ରାକେଟ୍, ଧରାପଡିଲେ ୪ ଗ୍ରାହକ ସହ ୨ ଯୁବତୀ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ସହରରେ ଥିବା ଦୁଇଟି ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍। ଖବର ପାଇ ଭଦ୍ରକ ପୋଲିସ ରେଡ୍ କରି ୪ ଜଣ ଗ୍ରାହକଙ୍କ ସହ ୨ ଯୁବତୀଙ୍କୁ ଉଦ୍ଧାର କରିଛି।

ଭଦ୍ରକ ସହରାଞ୍ଚଳ ପୋଲିସ ପକ୍ଷରୁ ଦୁଇ ଥାନା ଅଧୀନ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ପ୍ରଥମେ ରାଜଘାଟ ବ୍ରିଜ୍ ନିକଟସ୍ଥ ଏକ ହୋଟେଲରେ ରେଡ୍ କରାଯାଇ ଜଣେ ଯୁବତୀ ସହିତ ଦୁଇ ଗ୍ରାହକଙ୍କୁ ଗିରଫ କରାଯାଇଥିଲା।

ସେହିଭଳି ଧାମରା ବ୍ରିଜ୍ ନିକଟସ୍ଥ ଅନ୍ୟ ଏକ ହୋଟେଲରେ ମଧ୍ୟ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ମଧ୍ୟ ଦୁଇ ଗ୍ରାହକଙ୍କୁ ଗିରଫ କରାଯିବା ସହ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ଉଦ୍ଧାର ହୋଇଥିବା ଦୁଇ ଯୁବତୀଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା କରାଯାଇଛି। ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗିରଫ ୪ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ।