ସିବିଏସଇ ୨ୟ ବୋର୍ଡ଼ ପରୀକ୍ଷା ତାରିଖ ଘୋଷଣା, ମେ ୧୫ରୁ ୨୧ ଯାଏଁ ପରୀକ୍ଷା
ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଦଶମ ଶ୍ରେଣୀର ଦ୍ୱିତୀୟ ବୋର୍ଡ଼ ପରୀକ୍ଷାର ତାରିଖ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ସିବିଏସଇ ୨ୟ ବୋର୍ଡ଼ ପରୀକ୍ଷା ନେବାକୁ ନିଷ୍ପତ୍ତି ନେଇଛି।
ଏହି ପରୀକ୍ଷା ମେ ୧୫ ତାରିଖରୁ ଆରମ୍ଭ ହୋଇ ମେ ୨୧ ତାରିଖ ଯାଏଁ ଚାଲିବ। ପ୍ରତିଦିନ ସକାଳ ୧୦:୩୦ ରୁ ଅପରାହ୍ଣ ୧:୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।
ଏହି ସୁବିଧାରେ, ଯେଉଁ ଛାତ୍ରଛାତ୍ରୀ ପ୍ରଥମ ବୋର୍ଡ଼ ପରୀକ୍ଷାରେ କୌଣସି ବିଷୟରେ ଅଳ୍ପ ମାର୍କ ରଖିଛନ୍ତି, ସେମାନେ ସେ ବିଷୟରେ ପୁନଃ ପରୀକ୍ଷା ଦେଇପାରିବେ। ଜଣେ ଛାତ୍ର ଏହି ସୁଯୋଗରେ ସର୍ବାଧିକ ୩ଟି ବିଷୟ ପାଇଁ ପରୀକ୍ଷା ଦେଇପାରିବେ। ସେଥି ମଧ୍ୟରେ ଗୋଟିଏ ଭାଷା (ଲାଙ୍ଗୁଏଜ) ଏବଂ ଅନ୍ୟ ଦୁଇଟି ବିଷୟ ଅନ୍ତର୍ଭୁକ୍ତ ରହିବ।
