FeaturedLatestNews

ଆସନ୍ତାକାଲିଠୁ କାଳବୈଶାଖୀ, ସମୁଦ୍ର ରହିବ ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ବାରଣ

ଭୁବନେଶ୍ୱର (ସଂକେତ ଟିଭି): ସାରା ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି। ଏହି ତାତି ପରେ କାଳବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ଆସନ୍ତାକାଲିଠୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି।

ଆସନ୍ତାକାଲିଠୁ ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି। ମେ ୧ (୧) ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ୩୦ (୩୦)ରୁ ୪୦ (୪୦) କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି।

କାଳବୈଶାଖୀ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ। ସମୁଦ୍ର ମଧ୍ୟରେ ଝଡ଼ ଓ ଅଧିକ ବେଗରେ ପବନ ବହିବା ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପ୍ରକାଶ କରିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ ଓ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ କୁଆପଥର ମାଡ଼ ହେବାର ଆଶଙ୍କା ଥିବାରୁ ଏଥିପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।