CulturalFeaturedGeneralLatest

ଅମରନାଥ ଯାତ୍ରା ୨୦ ଦିନ ପୂର୍ବରୁ ସ୍ଥଗିତ, ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ(ସଂକେତ୍ ଟିଭି): ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ଯାତ୍ରାପଥରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଆଜିଠାରୁ ଆଉ କୌଣସି ନୂଆ ତୀର୍ଥଯାତ୍ରୀ ବ୍ୟାଚ୍କୁ ଅମରନାଥ ଯାତ୍ରା ପାଇଁ ପଠାଯିବ ନାହିଁ। ତେବେ ପୂର୍ବରୁ ଯାତ୍ରାରେ ଥିବା ବ୍ୟାଚ୍ ଗୁଡ଼ିକୁ ତୀର୍ଥଯାତ୍ରା ସୁରକ୍ଷିତ ଭାବେ ସମାପ୍ତ କରିବାକୁ ଅନୁମତି ଦିଆଯାଇଛି।

ଏପର୍ଯ୍ୟନ୍ତ ୪ ଲକ୍ଷ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ପବିତ୍ର ଗୁମ୍ଫା ଦର୍ଶନ କରିସାରିଛନ୍ତି। ୨୦୨୬ ମସିହାର ଏହି ଯାତ୍ରା ୫୭ ଦିନ ଧରି ଚାଲିବାକୁ ଥିଲା।

କ୍ଷତିଗ୍ରସ୍ତ ଯାତ୍ରାପଥର ପୁନରୁଦ୍ଧାର ଓ ସ୍ଥିରୀକରଣ କାମ ଆରମ୍ଭ ହୋଇଛି। ବର୍ଡର ରୋଡ୍ ଅର୍ଗାନାଇଜେସନ୍ (BRO) କ୍ଷତିଗ୍ରସ୍ତ ଅଂଶଗୁଡ଼ିକର ମରାମତି ଓ ଟ୍ରାକ୍କୁ ପୁନଃ ସୁରକ୍ଷିତ କରିବା କାମରେ ନିୟୋଜିତ ରହିଛି।

ଅଧିକାରୀମାନଙ୍କ ଅନୁଯାୟୀ, ଏବେ ମୁଖ୍ୟ ଲକ୍ଷ୍ୟ ହେଉଛି ଯାତ୍ରାପଥକୁ ସୁରକ୍ଷିତ କରିବା ଏବଂ ପୂର୍ବରୁ ଯାତ୍ରାରେ ଥିବା ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା।