FeaturedLatestNewsPolitics

ବିଧାନସଭାରେ ଦ୍ୱିତୀୟ ଦିନରେ ବି MMDR ଝଡ଼, ଗୃହ ମୁଲତବୀ

ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାରେ MMDR ଝଡ଼ ଆଜି ବି ଚାଲିପାରିଲାନି। ଅପରାହ୍ନରେ ଗୃହ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇଥିଲା। ହାତରେ ବ୍ୟାନର ଧରି ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଥିଲେ। ଗୃହକାର୍ଯ୍ୟ ଶୁକ୍ରବାର ସକାଳ ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ।

ଗୁରୁବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଙ୍ଗାମା କରିଥିଲେ। MMDR ପ୍ରତ୍ୟାହାର ଦାବିରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଓ ହଟ୍ଟଗୋଳ କରିଥିଲେ। ଗୃହ ମଧ୍ୟଭାଗରେ ବିରୋଧୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ ମଧ୍ୟ ସେମାନେ ନାରାବାଜି କରିବା ସହ ପ୍ରତିବାଦ କରିଥିଲେ। ମାତ୍ର ୧୩ ମିନିଟ୍ ଚାଲିବା ପରେ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ଉପ ବାଚସ୍ପତି।

ଏହାପରେ ବିଧାନସଭା ବାହାରକୁ ଆସି ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ ବ୍ୟାନର ପିନ୍ଧି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ସେପଟେ ବିଜେଡି ସଦସ୍ୟମାନେ ହାତରେ ବ୍ୟାନର ଧରି ବିଧାନସଭାରୁ OMC ଅଫିସ୍ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *