FeaturedLatestNews

ନବୀନଙ୍କ ବଡ଼ ଦାବି: ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର (ସଂକେତ ଟିଭି) : ମୁଖ୍ୟ ନିର୍ବାଚନ କମିଶନରଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିର୍ବାଚନ କମିଶନରମାନଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର ମତଭେଦ ଦେଖା ଦେଇଛି ବୋଲି ସେ କହିଛନ୍ତି।

ଏଭଳି ସ୍ଥିତିରେ ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ ବୋଲି ନବୀନ କହିଛନ୍ତି। ଏହା ସହିତ ସମଗ୍ର SIR ପ୍ରକ୍ରିୟାର ଏକ ପୁଙ୍ଖାନୁପୁଙ୍ଖ ପୁନଃସମୀକ୍ଷା କରିବାକୁ ସେ ଦୃଢ଼ ଦାବି ଜଣାଇଛନ୍ତି।

ବର୍ତ୍ତମାନ ଦେଶରେ ଚାଲିଥିବା SIR ପ୍ରକ୍ରିୟାକୁ ନେଇ ଚାଲିଥିବା ଝଡ଼ ଭିତରେ ନବୀନ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ଆରମ୍ଭରୁ ହିଁ ଏହି ପ୍ରକ୍ରିୟାକୁ ବିରୋଧ କରିଆସିଛି।

ନବୀନଙ୍କ କହିବା ଅନୁସାରେ, BJD ଆରମ୍ଭରୁ ହିଁ SIR ପ୍ରକ୍ରିୟାକୁ ନେଇ ଆପତ୍ତି ଜଣାଇ ଆସିଛି। ଭୋଟର ତାଲିକାର ସଂଶୋଧନ ସମୟରେ ଯେପରି କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ ନପଡ଼େ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କୁ ସେ ପୂର୍ବରୁ କହିଥିବା ଖବର ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *