FeaturedLatestNews

ରାତିରେ କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ

ଭୁବନେଶ୍ୱର (ସଂକେତ ଟିଭି): ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର ପରିମାଣ ବହୁତ ଅଧିକ ରହିବ। ଦୁଇ ଦିନ ହେଲା ବର୍ଷା ହେଉଛି, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବର୍ଷିବା ନେଇ ସେ ସୂଚନା ଦେଇଛନ୍ତି।

IMD ଡିଜିଙ୍କ କହିବା ଅନୁସାରେ, ସମୁଦ୍ର ଥିବା ପର୍ଯ୍ୟନ୍ତ ଶକ୍ତିଶାଳୀ ରହିବ ଗଭୀର ଅବପାତ। ସ୍ଥଳ ଭାଗକୁ ଆସିଲେ ବି ଧିରେ ଧିରେ ଦୁର୍ବଳ ହେବ, ତେଣୁ ଅଧିକ ବର୍ଷିବ। ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଛୁଇଁବା ପାଇଁ ଆହୁରି ପ୍ରାୟ ୭ ଘଣ୍ଟା ସମୟ ଲାଗିବ। ତେବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

କୋରାପୁଟ, ମାଲକାନଗିରି, ରାୟଗଡ଼ା ଉପରେ ବେଶୀ ପ୍ରଭାବ ପଡ଼ିବ। ବୁଧବାର ଏବଂ ଗୁରୁବାର ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ଦିନ ଛତିଶଗଡ଼କୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ତେବେ ପ୍ରବଳ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶାରେ ଆକସ୍ମିକ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ଆଇଏମଡି ଡିଜି।

Leave a Reply

Your email address will not be published. Required fields are marked *