ପ୍ରଖର ସ୍ରୋତରେ ଭାସିଗଲା କାର, ୨ ଘଣ୍ଟା ପରେ ୨ ଜଣ ସୁରକ୍ଷିତ ଉଦ୍ଧାର
ବାରିପଦା (ସଂକେତ ଟିଭି): ଉଦଳା ଥାନା ଅନ୍ତର୍ଗତ ନହରପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଷ୍ମନ୍ତ ଦେଶାରୀ ଏବଂ ଗ୍ରାମର ସ୍କୁଲ ଶିକ୍ଷକ ରତିକାନ୍ତ କଢେଇ ଏକ କାରରେ ନହରପଦା ଗ୍ରାମକୁ ଯାଉଥିଲେ।
ହଠାତ୍ ରାସ୍ତାରେ ପାଣି ପ୍ରବାହିତ ହେବାରୁ କାରଟି ଭାରସାମ୍ୟ ହରାଇ ପ୍ରଖର ସ୍ରୋତରେ ଭାସି ଯାଇଥିଲା। କିଛି ଦୂର ଯିବା ପରେ କାରଟି ପାଣି ଭିତରେ ବୁଡ଼ି ରହିଥିଲା।
କାର ଭିତରେ ଥିବା ଦୁଇ ଜଣ ବ୍ୟକ୍ତି ୨ ଘଣ୍ଟା ଧରି ଫଶି ରହିଥିଲେ। ଦୀର୍ଘ ସମୟ ପରେ ଗ୍ରାମବାସୀମାନେ ଏହା ଦେଖିପାରି ଆସି କାରଟିକୁ ଭରା ପାଣିରୁ ବାହାରକୁ ଆଣିଥିଲେ।
ଏହି ଘଟଣାକୁ ନେଇ ନହରପଦା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଉଭୟ ବ୍ୟକ୍ତି ସୁରକ୍ଷିତ ଅବସ୍ଥାରେ ବାହାରିଥିବା ସୂଚନା ମିଳିଛି।
