FeaturedLatestNews

ମୟୂରଭଞ୍ଜରେ ଘରେ ପଶିଲା ମହାବଳ ବାଘ

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖପରଖାଇ ଗ୍ରାମରେ ଏକ ମହାବଳ ବାଘ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଛି। ଗତ ୩ ଦିନ ହେବ ଏହି ଗାଁରେ ବାଘର ଉପସ୍ଥିତି ଦେଖାଯାଉଥିବା ବେଳେ ଗତ ରାତିରେ କିଛି ଲୋକଙ୍କ ଘର ବାଡ଼ିରେ ବାଘଟି ବସିଥିବା ଦେଖିବାକୁ ମିଳିଥିଲା।

ଘର ଲୋକେ ବାଡ଼ିରେ ମହାବଳ ବାଘ ବସିଥିବା ଦେଖି ଭୟଭୀତ ହୋଇଯାଇଥିଲେ ଏବଂ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘରର ଲାଇଟ ଲିଭାଇ ଦେଇଥିଲେ। ଏହାପରେ ବାଘଟି ସେଠାରୁ ଚାଲି ଯାଇଥିଲା।

ତେବେ ବାଘଟି ସେଠାରୁ ଚାଲିଯିବା ପରେ ଗାଁର ଆଉ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବାଘଟି ଘର ଭିତରୁ ବାହାରି ନଥିବା ସୂଚନା ମିଳିଛି। ଏହାକୁ ନେଇ ସାରା ଗାଁରେ ଆତଙ୍କ ଖେଳିଯାଇଛି।

ବନବିଭାଗ କର୍ମଚାରୀମାନେ ବାଘକୁ ଘର ଭିତରୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ କସରତ ଜାରି ରଖିଛନ୍ତି। ଗ୍ରାମବାସୀଙ୍କୁ ସତର୍କ ରହିବା ଏବଂ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *