FeaturedGeneralLatestPolitics

ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବିରେ ଇଣ୍ଡିଆ ମେଣ୍ଟର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ(ସଂକେତ ଟିଭି): ଦିଲ୍ଲୀରେ ସିଇସି ଜ୍ଞାନେଶ କୁମାର ହଟାଓ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟରେ ଥିବା ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ ନାରାବାଜି କରିବା ସହ ପଦଯାତ୍ରା କରିଛନ୍ତି। ଯାହାକୁ ନେଇ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି।

ଇଣ୍ଡିଆ ବ୍ଲକର ୧୪୦ରୁ ଅଧିକ ସାଂସଦ ଏସଆଇଆର ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ସଂସଦରୁ ରାସ୍ତା ଯାଏଁ ଶୋଭାଯାତ୍ରା କରିଛନ୍ତି। ଇଣ୍ଡିଆ ମେଣ୍ଟର ସାଂସଦମାନେ ସଂସଦ ଭବନରୁ ବାହାରି ନିର୍ବାଚନ ସଦନ ଅଭିମୁଖେ ଯାତ୍ରା କରିଛନ୍ତି। ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀ, ଡେରେକ୍ ଓ ବ୍ରାଏନ୍ ଆଦିଙ୍କୁ ପୋଲିସ ଅଟକ ରଖିଛି।

ସେହିପରି ରାହୁଲ ଗାନ୍ଧୀ ଆକାଶବାଣୀ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କୁ ପ୍ରବେଶ ଅନୁମତି ମିଳିନଥିଲା। ଏହି ଆକାଶବାଣୀ ଭବନ ରାସ୍ତା ଦେଇ ସେ ନିର୍ବାଚନ ସଦନ ଯାଇଥାନ୍ତେ। କିନ୍ତୁ ତାଙ୍କୁ ଫାଟକ ପାଖରେ ଅଟକ ରଖାଯାଇଛି।

ଅନ୍ୟ ଦିଗରେ ଦିଲ୍ଲୀ ପୋଲିସ ଆକାଶବାଣୀ ଭବନର ପଛ ଗେଟ୍ ନିକଟରେ ବ୍ୟାରିକେଡ୍ ଲଗାଇଥିଲା। ଫଳରେ ନିର୍ବାଚନ ସଦନକୁ ଯାଉଥିବା ରାସ୍ତା ବନ୍ଦ କରାଯାଇଥିଲା। ଏହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଏତତ୍ ବ୍ୟତୀତ ସପା ନେତା ଅଖିଳେଶ ଯାଦବ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ସେ ନିର୍ବାଚନ ଆୟୋଗଙ୍କ ଉପରେ ଭୋଟ୍ ଚୋରି ଅଭିଯୋଗ ଆଣିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ଭୋଟ୍ ଚୋରି କରି ବିଜୟୀ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଏହି ଶୋଭାଯାତ୍ରାରେ ଅନେକ ଦଳ ସାମିଲ ହୋଇଛନ୍ତି।

ବିରୋଧ ପ୍ରଦର୍ଶନ ବେଳେ ରାହୁଲ ପୋଲିସ ବ୍ୟାରିକେଡ୍ ଚଢ଼ି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାସହ ବିଜେପି ଭୟରେ ଅଛି। ଉପ ନିର୍ବାଚନରେ ମଧ୍ୟ ଭୋଟ୍ ଚୋରି ହେଉଥିବା ସେ ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *