FeaturedLatest

କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆଜି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗର, ଲକ୍ଷାଦ୍ବୀପ ଅଞ୍ଚଳ, କେରଳର ଅଧିକାଂଶ ଅଞ୍ଚଳ, ଦକ୍ଷିଣ ତାମିଲନାଡୁର କେତେକ ଅଞ୍ଚଳ, ମାନ୍ନାର ଉପସାଗରର କିଛି ଅଞ୍ଚଳ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳରେ ପ୍ରବେଶ କରିଛି।

ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ୍‌ ୧ ତାରିଖ ଦିନ କେରଳ ଆକାଶରେ ପ୍ରବେଶ କରିଥାଏ। କିନ୍ତୁ, ଚଳିତ ବର୍ଷ ମୌସୁମୀ ବାୟୁର ଆଗମନ ସ୍ବାଭାବିକ ଦିନଠାରୁ ୩ ଦିନ ଆଗୁଆ ରହିଛି।

ପରିସ୍ଥିତି ଅନୁକୂଳ ରହିଲେ ଆଗାମୀ ୩/୪ ଦିନ ଭିତରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ କେନ୍ଦ୍ରୀୟ ଆରବ ସାଗରର କେତେକ ଅଞ୍ଚଳ, କେରଳର ବାକି ଅଞ୍ଚଳ, ତାମିଲନାଡୁର ଆଉ କେତେକ ଅଞ୍ଚଳ, କର୍ଣ୍ଣାଟକର କେତେକ ପ୍ରାନ୍ତ, ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପ ସାଗରର ଆଉ ଅଧିକ କିଛି ଅଞ୍ଚଳ, ଉତ୍ତରପୂର୍ବ ବଙ୍ଗୋବ ସାଗରର କିଛି ଅଧିକ ଅଞ୍ଚଳ ଏବଂ ଉତ୍ତରପୂର୍ବ ରାଜ୍ୟମାନଙ୍କରେ ପ୍ରବେଶ କରିବ।

Leave a Reply

Your email address will not be published. Required fields are marked *