ଲୋକସଭାରେ କାଟ୍ ଖାଇଲା ମହିଳା ସଂରକ୍ଷଣ ବିଲ୍
ନୂଆଦିଲ୍ଲୀ(ସଂକେତ ଟିଭି): ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ଆଇନ ସହ ଜଡ଼ିତ ସମ୍ବିଧାନ (୧୩୧ତମ) ସଂଶୋଧନ ବିଲ୍ । ଆଜି ଏଥିପାଇଁ ଲୋକସଭାରେ ହୋଇଥିବା ଭୋଟିଂରେ ମୋଟ୍ ୫୨୮ ଜଣ ସାଂସଦ ଭାଗ ନେଇଥିଲେ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ୨୯୮ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଲା ୨୩୦ ଭୋଟ୍ । ଏଥିସହ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦର ନିମ୍ନ ସଦନରେ କାଟ୍ ଖାଇଛି । ଗୃହରେ ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ କାଟ୍ ଖାଇଲା ମହିଳା ସଂରକ୍ଷଣ ଆଇନ ସହ ଜଡ଼ିତ ସମ୍ବିଧାନ (୧୩୧ତମ) ସଂଶୋଧନ ବିଲ୍ ।
ଲୋକସଭାରେ ପାସ୍ ହୋଇ ପାରିଲାନି ମହିଳା ସଂରକ୍ଷଣ ବିଲ୍ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ପଡ଼ିଲା ୨୯୮ ଭୋଟ୍ ଏବଂ ବିପକ୍ଷରେ ପଡ଼ିଲା ୨୩୦ ଭୋଟ୍ । ସମ୍ବିଧାନ ସଂଶୋଧନ ବିଲ୍ ମଧ୍ୟ ପାରିତ ହୋଇପାରିଲାନି । ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ମଧ୍ୟ କାଟ୍ ଖାଇଲା । ସୀମା ପୁନଃନିର୍ଦ୍ଧାରଣ ବିଲ୍–୨୦୨୬ ମଧ୍ୟ ପାରିତ ହୋଇପାରିଲାନି । ଭୋଟିଂ ପ୍ରକ୍ରିୟାରେ ମୋଟ ୫୨୮ ଜଣ ସାଂସଦ ଭାଗ ନେଇଥିଲେ । ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ କାଟ୍ ଖାଇଲା ବିଲ୍ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ସମ୍ବିଧାନର (୧୩୧ତମ ସଂଶୋଧନ) ବିଲ୍, ୨୦୨୬ କାଟ୍ ଖାଇଥିବାରୁ, କେନ୍ଦ୍ର ସରକାର ଅନ୍ୟ ଦୁଇଟି ବିଲ୍ – ‘ଡିଲିମିଟେସନ୍ ବିଲ୍, ୨୦୨୬’ ଏବଂ ‘ଦି ୟୁନିଅନ୍ ଟେରିଟୋରିଜ୍ ଲସ୍ (ସଂଶୋଧନ ବିଲ୍), ୨୦୨୬’ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ବାଚସ୍ପତି ଓମ୍ ବିର୍ଲା ୧୮ ଏପ୍ରିଲ୍, ୨୦୨୬ ଶନିବାର ଦିନ ସକାଳ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଛନ୍ତି ।
୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ଚାହୁଁଥିବା ସମ୍ବିଧାନ ସଂଶୋଧନ ବିଲ୍ ଶୁକ୍ରବାର ସଂସଦର ନିମ୍ନ ସଦନରେ ପାରିତ ହୋଇପାରିଲା ନାହିଁ । ଭୋଟ୍ ବିଭାଜନ ସମୟରେ ସମ୍ବିଧାନ (୧୩୧ତମ) ସଂଶୋଧନ ବିଲ୍, ୨୦୨୬ ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ୍ ପଡ଼ିଥିଲା । ଲୋକସଭାରେ ଯେକୌଣସି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତର ଆବଶ୍ୟକତା ରହିଥାଏ । ସରକାର ଏହି ବିଲ୍ ସହିତ ସୀମା ନିର୍ଦ୍ଧାରଣ ବିଲ୍, ୨୦୨୬ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍, ୨୦୨୬ ମଧ୍ୟ ଗୃହରେ ଆଲୋଚନା ଏବଂ ପାସ୍ ପାଇଁ ଉପସ୍ଥାପନ କରିଥିଲେ, କିନ୍ତୁ ସେଗୁଡ଼ିକୁ ମଧ୍ୟ ଆଗକୁ ବଢ଼ାଯାଇପାରିଲା ନାହିଁ ।
