EducationFeaturedLatestNews

ପ୍ରକାଶ ପାଇଲା ଆଇସିଏସସି ଓ ଆଇଏସସି ପରୀକ୍ଷା ଫଳ

ଭୁବନେଶ୍ୱର (ସଂକେତ ଟିଭି): କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏଗଜାମିନେସନ୍ସ (CISCE) ପକ୍ଷରୁ ଆଜି ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା କରାଯାଇଛି। ଆଜି ଦିନ ୧୧ ଟାରେ ପ୍ରକାଶ ପାଇଛି ପରୀକ୍ଷା ଫଳାଫଳ। ଅଫିସିଆଲ୍ ୱେବସାଇଟ୍ cisce.org ଏବଂ results.cisce.org ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ। ୱେବସାଇଟ୍ ବ୍ୟତୀତ SMS ଜରିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ।

ICSE (ଦଶମ)ରେ ଝିଅମାନେ ପୁଅମାନଙ୍କ ତୁଳନାରେ ଭଲ ରେଜଲ୍ଟ କରିଛନ୍ତି। ଝିଅଙ୍କ ପାସ୍ ହାର ପ୍ରତିଶତ ୯୮.୬୯ ଥିବାବେଳେ ପୁଅମାନଙ୍କ ପାସ୍ ହାର ପ୍ରତିଶତ ୯୭.୬୯ ରହିଛି। ସେହିପରି ISC (ଦ୍ୱାଦଶ)ରେ ମଧ୍ୟ ଝିଅମାନେ ପୁଅମାନଙ୍କ ତୁଳନାରେ ଭଲ ରେଜଲ୍ଟ କରିଛନ୍ତି। ଝିଅମାନଙ୍କର ଯୋଗ୍ୟତା ପ୍ରତିଶତ ୯୯.୩୭ ଥିବାବେଳେ ପୁଅମାନଙ୍କ ଯୋଗ୍ୟତା ପ୍ରତିଶତ ୯୯.୧୧ ରହିଛି।

ICSE ପରୀକ୍ଷା ୬୭ ଟି ଲିଖିତ ବିଷୟରେ ପରିଚାଳିତ ହୋଇଥିଲା। ଯେଉଁଥିରୁ ୨୦ ଟି ଭାରତୀୟ ଭାଷା, ୧୪ ଟି ବିଦେଶୀ ଭାଷା ଏବଂ ଗୋଟିଏ ଶାସ୍ତ୍ରୀୟ ଭାଷା ରହିଛି। ISC ପରୀକ୍ଷା ୪୫ ଟି ଲିଖିତ ବିଷୟରେ ପରିଚାଳିତ ହୋଇଛି। ଯେଉଁଥିରୁ ୧୩ ଟି ଭାରତୀୟ ଭାଷା, ୨ ଟି ବିଦେଶୀ ଭାଷା ଏବଂ ୨ ଟି ଶାସ୍ତ୍ରୀୟ ଭାଷା ରହିଛି।

ICSE ରେଜଲ୍ଟ ବର୍ଗ ପରିସଂଖ୍ୟାନ ଅନୁଯାୟୀ, ୧,୬୨୨ ଜଣ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୯୮.୭୭% ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ୫,୪୩୦ ଜଣ ସାଧାରଣ ବର୍ଗର ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୯୯.୦୬% ଯୋଗ୍ୟତା ଅର୍ଜନ କରିଛନ୍ତି। ISC ରେଜଲ୍ଟ ବର୍ଗ ପରିସଂଖ୍ୟାନରେ, ୧୬୧ ଜଣ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୯୯.୩୮% ଯୋଗ୍ୟତା ଅର୍ଜନ କରିଛନ୍ତି। ୧,୦୮୭ ଜଣ ସାଧାରଣ ବର୍ଗର ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୯୯.୨୬% ଯୋଗ୍ୟତା ଅର୍ଜନ କରିଛନ୍ତି।

ରାଜ୍ୟରେ ICSE ପରୀକ୍ଷାରେ ୪,୫୬୮ ଜଣ ଛାତ୍ର ଓ ୪,୨୧୬ ଛାତ୍ରୀ ପାସ୍ କରିଛନ୍ତି। ମୋଟ ୮,୭୮୪ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୧୦୮ ଜଣ ଛାତ୍ର ଓ ୫୬ ଜଣ ଛାତ୍ରୀ ଫେଲ୍ ହୋଇଛନ୍ତି। ମୋଟ ୧୬୪ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ISCରେ ୭୮୩ ଜଣ ଛାତ୍ର ଓ ୭୮୮ ଛାତ୍ରୀ ପାସ୍ କରିଛନ୍ତି। ମୋଟ ୧,୫୭୧ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୭ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ଫେଲ୍ ହୋଇଛନ୍ତି। ମୋଟ ୧୨ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।