FeaturedGeneralLatestPolitics

ଆସାମ, ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁର ଏକଜିଟ୍ ପୋଲ୍- ବେଙ୍ଗଲରେ କଡା ଟକ୍କର

ନୂଆଦିଲ୍ଲୀ (ସଂକେତ ଟିଭି): କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ – ଏହି ଚାରିଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ପରେ ଏକଜିଟ୍ ପୋଲ୍ ଘୋଷଣା କରାଯାଇଛି। ଆସାମରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି।

ଆସାମ :

ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ବିଜେପି ଏବଂ ଗୌରବ ଗୋଗୋଇଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା।ହିମନ୍ତ ବିଶ୍ଵ ଶର୍ମାଙ୍କ ନେତୃତ୍ଵରେ ବିଜେପି ଆସାମରେ ହ୍ୟାଟ୍ରିକ୍ ବିଜୟ ସହ ନିଜର କ୍ଷମତା ବଜାୟ ରଖିବାରେ ସଫଳ ହେଉଥିବା ଆକଳନ କରାଯାଇଛି। ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ୮୮-୧୦୦ ଆସନ ପାଇବ (ସର୍ବନିମ୍ନ ୬୧)। କଂଗ୍ରେସ ୨୪-୩୬ ଆସନ ପାଇବ। ଅନ୍ୟପଟେ କଂଗ୍ରେସକୁ ପୁଣି ଥରେ ଝଟକା ଲାଗୁଥିବା ଦେଖିବାକୁ ମିଳିଛି।

ଏକ୍ସିସ୍ ମାଇ ଇଣ୍ଡିଆ: ଆସାମର ୧୨୬ ସିଟ୍ ମଧ୍ୟରୁ ବିଜେପି ୮୮ରୁ ୧୦୦ ସିଟ୍ ଜିତୁଥିବା ଆକଳନ। କଂଗ୍ରେସ ମାତ୍ର ୨୪ରୁ ୩୬ ସିଟ୍ ଜିତିବା ନେଇ ପୂର୍ବାନୁମାନ କରାଯାଇଛି।

ମାଟ୍ରିଜ: ଏହି ଏକଜିଟ୍ ପୋଲ୍ ଅନୁସାରେ, ବିଜେପି ନେତୃତ୍ଵାଧୀନ ଏନଡିଏ ୮୫ରୁ ୯୫ ସିଟ୍ ପାଇପାରେ। କଂଗ୍ରେସ ଖାତାକୁ ମାତ୍ର ୨୫ରୁ ୩୨ ଆସନ ଆସିପାରେ। ଅନ୍ୟ ଦଳ ୬ରୁ ୧୨ ସିଟ୍ ଜିତିବେ।

ପିପୁଲ୍ସ ପଲ୍ସ: ଏହି ପୋଲ୍ ଅନୁସାରେ ବିଜେପି ୬୮ରୁ ୭୨ ଆସନ ଜିତି ପୁଣି ଥରେ ସରକାର ଗଢ଼ିବ। କଂଗ୍ରେସ ୨୨ରୁ ୨୬ ସିଟ୍ ଏବଂ ଏଆଇୟୁଡିଏଫ ୩ରୁ ୫ ସିଟ୍ ପାଇପାରନ୍ତି।

ପଶ୍ଚିମବଙ୍ଗ :

ପଶ୍ଚିମବଙ୍ଗରେ ଚିତ୍ର ସ୍ପଷ୍ଟ ନଥିଲେ ବି ଅନେକ ଏକଜିଟ୍ ପୋଲ୍ ବିଜେପିକୁ ଆଗରେ ରଖିଛି। ୨୯୪ ଆସନ ବିଶିଷ୍ଟ ରାଜ୍ୟରେ ‘ପୋଲ୍ ଅଫ୍ ପୋଲ୍ସ’ ଅନୁସାରେ, ବିଜେପି ୧୪୫-୧୬୨, ଟିଏମସି ୧୨୪-୧୪୦ ଏବଂ ଅନ୍ୟମାନେ ୨-୬ ଆସନ ପାଇବେ। ପ୍ରଜା ପୋଲ୍ ଆନାଲିଟିକ୍ସ ବିଜେପିକୁ ୧୯୩ ଏବଂ ଟିଏମସିକୁ ୧୦୦ ଆସନ ଦେଇଛି।

ପିପୁଲ୍ସ ପଲ୍ସ: ୨୯୪ ସିଟ୍ ମଧ୍ୟରୁ ଟିଏମସି ୧୭୭ରୁ ୧୮୭ ସିଟ୍ ଜିତି ବହୁମତ ହାସଲ କରୁଥିବା ଆକଳନ। ବିଜେପି ୯୫ରୁ ୧୧୦ ସିଟ୍, କଂଗ୍ରେସ ୧ରୁ ୩ ସିଟ୍ ଓ ସ୍ଵାଧୀନ ୧ରୁ ୨ ସିଟ୍ ଜିତିପାରନ୍ତି।

ପି ମାର୍କ: ଏହି ଏକଜିଟ୍ ପୋଲ୍ ଅନୁସାରେ ବିଜେପି ୧୫୦ରୁ ୧୭୫ ଆସନ ଜିତି ପ୍ରଥମ ଥର ସରକାର ଗଢ଼ିପାରେ। ଟିଏମସି ୧୧୮ରୁ ୧୩୮ ସିଟ୍ ପାଇପାରେ, କଂଗ୍ରେସ ଓ ଲେଫ୍ଟ ୦ ସିଟ୍ ପାଇବେ ବୋଲି ପୂର୍ବାନୁମାନ।

ଚାଣକ୍ୟ ଷ୍ଟ୍ରାଟେଜିକ: ଏହି ପୋଲ୍ ଅନୁସାରେ ଟିଏମସି ୧୩୦ରୁ ୧୪୦ ସିଟ୍ ରେ ସୀମିତ ରହିବ, ବିଜେପି ୧୫୦ରୁ ୧୬୦ ସିଟ୍ ଜିତିବ। କଂଗ୍ରେସ ଓ ଲେଫ୍ଟ ୦ ସିଟ୍ ପାଇବେ। ଅନ୍ୟମାନେ ୬ରୁ ୧୦ ସିଟ୍ ପାଇପାରନ୍ତି।

କେରଳ:

କେରଳର ୧୪୦ ଆସନ ପାଇଁ ୯ ଏପ୍ରିଲ୍ରେ ଭୋଟ୍ ପଡ଼ିଥିଲା। ଏକଜିଟ୍ ପୋଲ୍ ଅନୁସାରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ଆଗରେ ରହିଛି। ମାଟ୍ରିଜ୍ ଅନୁସାରେ ୟୁଡିଏଫ୍ ୭୫-୮୫, ଏଲଡିଏଫ୍ ୬୫ ପର୍ଯ୍ୟନ୍ତ ଏବଂ ବିଜେପି ୩-୫ ଆସନ ପାଇବେ। ସମସ୍ତ ରାଜ୍ୟର ଭୋଟ୍ ଗଣତି ୪ ମେ ୨୦୨୬ରେ ହେବ।