FeaturedLatestNews

ଭୁବନେଶ୍ୱର ବିମାନବନ୍ଦରରୁ ସମ୍ପୂର୍ଣ୍ଣ ଠପ୍ ହେଲା ଅନ୍ତର୍ଜାତୀୟ ବିମାନ ସେବା

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗତ ଜୁଲାଇ ମାସରୁ ଏଠାରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଠପ୍ ହୋଇଛି। ଆବୁ ଧାବି, ବ୍ୟାଙ୍କକ, ଦୁବାଇ ଏବଂ ସିଙ୍ଗାପୁର ଭଳି ପ୍ରମୁଖ ଗନ୍ତବ୍ୟ ସ୍ଥାନକୁ ବିମାନ ଚଳାଚଳ ବନ୍ଦ ରହିଛି।

ଏହାର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ି ନଥିଲେ ମଧ୍ୟ ତୈଳ ଦର ବୃଦ୍ଧି ଯୋଗୁଁ ଏପରି ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦୁବାଇ, ଆବୁଧାବି ଏବଂ ସିଙ୍ଗାପୁରକୁ ବିମାନ ସେବା ବନ୍ଦ ରହିଥିଲା। କିନ୍ତୁ ଗତ ୧୯ ଜୁଲାଇଠାରୁ ବ୍ୟାଙ୍କକକୁ ଚଳାଚଳ କରୁଥିବା ବିମାନ ସେବା ମଧ୍ୟ ବନ୍ଦ ହୋଯାଇଛି।

ଏକମାତ୍ର ସେବା ଯୋଗାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ମଧ୍ୟ ଏବେ ଉଡାଣ ବନ୍ଦ ରଖିଛି। ଫଳରେ ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହାର ପ୍ରଭାବରେ ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବର୍ତ୍ତମାନ ଆନ୍ତର୍ଜାତିକ ଯାତ୍ରା କରୁଥିବା ପାସେଞ୍ଜରମାନେ ଅନ୍ୟ ରାଜ୍ୟର ଏୟାରପୋର୍ଟରୁ ଯାତ୍ରା କରୁଛନ୍ତି। ଏତେ ବଡ଼ ନିଷ୍ପତ୍ତି ପଛର କାରଣ କ’ଣ, ତାହା ଭୁବନେଶ୍ୱର ବିମାନବନ୍ଦର କତୃପକ୍ଷ ସ୍ପଷ୍ଟ କରୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ବିମାନବନ୍ଦରରେ ବର୍ଷକୁ ୧.୫ ମିଲିୟନ (୧୫ ଲକ୍ଷ) ଯାତ୍ରୀଙ୍କ ଆତଯାତ ବୃଦ୍ଧି ଘଟି ଏବେ ତାହା ୫.୧ ମିଲିୟନ (୫୧ ଲକ୍ଷ)ରେ ପହଞ୍ଚିଛି। ଏହା ଦେଶର ୧୩ତମ ଗହଳୀପୂର୍ଣ୍ଣ ବିମାନବନ୍ଦର ଭାବେ ପରିଗଣିତ ହେଉଛି। ବିମାନବନ୍ଦର ଟର୍ମିନାଲ୍ ବିସ୍ତାର ଚିନ୍ତା ହେଉଥିବା ବେଳେ ଆନ୍ତର୍ଜାତୀୟ ଚଳାଚଳ ସେବା ଠପ୍ ହେବା ଅନେକଙ୍କୁ ନିରାଶ କରିଛି।

Leave a Reply

Your email address will not be published. Required fields are marked *