FeaturedGeneralLatest

ସୁପ୍ରିମକୋର୍ଟରେ ଫାଶୀ ଉଚ୍ଛେଦ ଆବେଦନ ଖାରଜ

ନୂଆଦିଲ୍ଲୀ(ସଂକେତ ଟିଭି): ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ପାଇଁ ଫାଶୀକୁ ଉଚ୍ଛେଦ କରିବାକୁ ଆଗତ ଆବେଦନକୁ ଖାରଜ କରିଦେଇଛନ୍ତି। ଫାଶୀ ବଦଳରେ ଇଞ୍ଜେକ୍ସନ, ଗୁଳି ବା କରେଣ୍ଟ ଚେୟାର୍ ଭଳି ଯନ୍ତ୍ରଣାଦାୟକ ପଦ୍ଧତି ଆପଣାଇବା ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରାଯାଇଛି।

ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଯାଚିକାରେ ଦାବି କରାଯାଇଥିଲା ଯେ, ଫାଶୀ ଦେବା ସମୟରେ ମୃତ୍ୟୁ ଘୋଷଣା ହେବାକୁ ପ୍ରାୟ ୪୦ ମିନିଟ୍ ସମୟ ଲାଗେ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ତେଣୁ ଗୁଳି କିମ୍ବା ଇଞ୍ଜେକ୍ସନ ମାଧ୍ୟମରେ ୫ ମିନିଟ୍ ଭିତରେ ମୃତ୍ୟୁ ଘଟାଇବା ଉଚିତ୍ ବୋଲି କୁହାଯାଇଥିଲା।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଅନ୍ୟ ବିକଳ୍ପ ଉପାୟ ଯାଞ୍ଚ କରିବାରୁ ରୋକିବ ନାହିଁ। ଭବିଷ୍ୟତରେ କୌଣସି ଦୃଢ଼ ଚିକିତ୍ସା ବା ବୈଜ୍ଞାନିକ ପ୍ରମାଣ ମିଳିଲେ ଏହି ବିଷୟରେ ପୁନର୍ବିଚାର କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

ଏଥିସହିତ କୋର୍ଟ କହିଛନ୍ତି ଯେ, ଇଚ୍ଛା କଲେ କେନ୍ଦ୍ର ସରକାର ଆଇନ, ଫରେନ୍ସିକ ମେଡିସିନ ଓ ନ୍ୟୁରୋସାଇନ୍ସ ବିଶେଷଜ୍ଞଙ୍କର ଏକ ସମିତି ଗଠନ କରି ଫାଶୀର ବିକଳ୍ପ ପଦ୍ଧତି ଉପରେ ସମୀକ୍ଷା କରିପାରିବେ। ତେବେ ବର୍ତ୍ତମାନ ପାଇଁ ଫାଶୀ ଦେଇ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ନିୟମ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *