କଟକ ବିଜେପି କାର୍ଯ୍ୟକାରିଣୀ ବୈଠକ: ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦେଶ
କଟକ(ସଂକେତ ଟିଭି): ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ ସାଂସଦ ଓ ବିଧାୟକମାନଙ୍କୁ ଟାସ୍କ ଦେଇଛନ୍ତି। ସମସ୍ତଙ୍କୁ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହିତ ସଂଗଠନ ସହ ସମନ୍ବୟ ରକ୍ଷା କରିବା ଲାଗି କହିଛନ୍ତି। କଟକର ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ବିତୀୟ ଦିନ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକର ଶୁଭାରମ୍ଭ ହୋଇଛି।
ଆଜି ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ଗୁଡିକର ରିପୋର୍ଟ କାର୍ଡ ମଗାଯିବ। ପରବର୍ତ୍ତୀ ଅଧିବେଶନରେ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ହେବ। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ରାଜ୍ୟର ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହେବ। ଶେଷ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ସଭାପତି ତାଙ୍କର ଅଭିଭାଷଣ ରଖିବେ।
ଜବାହରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମ୍ରେ ଗତକାଲି ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିଲା। ଏହି ଦୁଇଦିନିଆ ବୈଠକକୁ ବିଜେପିର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଉଦଘାଟନ କରିଥିଲେ। ଆଗାମୀ ଦିନରେ ବିଜେପି କ’ଣ କରିବାକୁ ଚାହୁଁଛି, ତାହା ଆଲୋଚନା କରାଯାଇ ୨ ମାସର ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ।
ସାଂସଦ ଓ ବିଧାୟକଙ୍କ ସହିତ ସ୍ୱତନ୍ତ୍ର ବୈଠକ ବସିବା ପରେ ରବିବାର ସକାଳେ ଜିଲ୍ଲା ସଭାପତି, ପ୍ରଭାରୀଙ୍କର ସମୀକ୍ଷା ବୈଠକ ବସିବ। ଏଥିରେ ଜିଲ୍ଲାମାନଙ୍କ ରିପୋର୍ଟ କାର୍ଡ ମଗାଯିବ। ପରବର୍ତ୍ତୀ ଅଧିବେଶନରେ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ଏକ ଜାତୀୟ ଦଳ ହୋଇଥିବାରୁ ରାଜ୍ୟର ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହେବ।
ଶେଷ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସଭାପତି ତାଙ୍କର ଅଭିଭାଷଣ ରଖିବେ। ଅଖିଳ ଭାରତୀୟ ସାଧାରଣ ସମ୍ପାଦକ (ସଂଗଠନ) ଭିଏଲ୍ ସନ୍ତୋଷ ଉଦ୍ଯାପନୀ ଉଦ୍ବୋଧନ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ବୈଠକରେ ଦୁଇଦିନ ଧରି ୧୦ଟି ପ୍ରସଙ୍ଗରେ ଆଲୋଚନା ହେବ।
ଆମେ ଏଠାରେ କାହିଁକି ଅଛୁ? ଆମେ ଏଠାରେ କଣ କରୁଛୁ? ଆମେ ଅନ୍ୟମାନଙ୍କଠାରୁ କେତେ ଭିନ୍ନ? ଏଭଳି କିଛି କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ପ୍ରଶ୍ନ କରି ଆତ୍ମସମୀକ୍ଷା କରିବାକୁ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ। ଅନେକ ଦିନ ପରେ ରାଜ୍ୟରେ ଦଳ କ୍ଷମତାକୁ ଆସିଛି, ଆଗାମୀ ଦିନରେ ସରକାର ଯେମିତି ରିପିଟ କରିବ ଏବଂ ଲମ୍ବା ସମୟ ଧରି ରାଜ୍ୟରେ ବିଜେପି ସରକାର କରିବ ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି ବି ଏଲ ସନ୍ତୋଷ।
ସେ କହିଛନ୍ତି, ଯେଉଁଠି ବିଜେପି ସରକାର ଅଛି ସେଠି ଅନେକ ବର୍ଷ ପର୍ଯ୍ୟନ୍ତ ରିପିଟ ହୋଇଛି, ମନରେ ଅହଙ୍କାର ଆଣ ନାହିଁ, ଆମେ ସାଧାରଣ ଲୋକଙ୍କୁ ସେବା ଭାବନା ରଖି କାମ କରିବା। ଆଜି ରାଜ୍ୟ କାର୍ଯ୍ୟକାରିଣୀର ଦ୍ବିତୀୟ ଦିବସରେ ନିଜ ଉଦବୋଧନରେ ଏମିତି କିଛି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ।
ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ହେଲେ ମଧ୍ୟ ପ୍ରଥମ କାମ ସେବା ସମାଜର ତଳସ୍ତରରେ ରହୁଥିବା ଲୋକଙ୍କୁ ସାହାଯ୍ୟ କର। ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ବି ଏଲ ସନ୍ତୋଷ। ରାଜ୍ୟର କିଛି ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀର ଉଦାହରଣ ଦେଇ ସେଥିରେ ସୁଧାର ଆଣିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ବି ଏଲ ସନ୍ତୋଷ।
ଆଗାମୀ ନିର୍ବାଚନଗୁଡ଼ିକୁ ଆଖିଆଗରେ ରଖି ବି ଏଲ ସନ୍ତୋଷ ଗୁରୁତ୍ୱାରୋପ କରିଛନ୍ତି। “Planning in Advance & Planning in Detail” ବା ପୂର୍ବରୁ ଯୋଜନା ଏବଂ ସୂକ୍ଷ୍ମ ଅନୁଧ୍ୟାନ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନୀ ସଫଳତା ପାଇଁ ଆଜିଠାରୁ ସମ୍ପୂର୍ଣ୍ଣ ସୂକ୍ଷ୍ମ, ନିଖୁଣ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ।
କଟକ ଇଣ୍ଡୋର ହଲରେ ଚାଲିଥିବା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ବିତୀୟ ଦିନରେ ବିଜେପି କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ସହ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଆଗାମୀ ରାଜନୀତିକ କାର୍ଯ୍ୟକ୍ରମ ଏବଂ ରୋଡ଼ ମ୍ୟାପକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। କେନ୍ଦ୍ରରେ କଂଗ୍ରେସ ଏବଂ ବିଜେଡି ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ବିରୋଧୀ ଦଳ ଆଚରଣକୁ କାର୍ଯ୍ୟକାରିଣୀରେ ନିନ୍ଦା ହୋଇଛି।
ଜିଡିପି ୭.୮ ପ୍ରତିଶତ ଥିଲା ବେଳେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳ ମନ ଗଢ଼ା କାହାଣୀ କରି ୨.୬ ପ୍ରତିଶତ ଦେଖାଇଲେ। ପୂର୍ଣ୍ଣାଙ୍ଗ ବନ୍ଦେ ମାତରମକୁ ବିରୋଧ, ମହିଳା ଆରକ୍ଷଣ ବିଲକୁ ବିରୋଧ, ଦିମାଗୀ ନକ୍ସଲ ଶବ୍ଦକୁ ନେଇ କଂଗ୍ରେସ ଯେଉଁ ପ୍ରଚାର କରିଛି ସେ ବାବଦରେ ନିନ୍ଦା ପ୍ରସ୍ତାବ ଆସିଛି। ଏମଏମଡିଆର ସଂଶୋଧନକୁ ନେଇ ବିଜେଡି ଯେଉଁ ଅପପ୍ରଚାର କରୁଛି ସେନେଇ ବି ଆଲୋଚନା ହେବା ସହ ନିନ୍ଦା ପ୍ରସ୍ତାବ ଆସିଛି। ଏଫସିଆରଆଇ ଚର୍ଚ୍ଚାରେ ଯିଏ ବାଧା ଦେଲା ସେ ବାବଦରେ ବି ନିନ୍ଦା ପ୍ରସ୍ତାବ ଆସିଛି। ଏହା ସହ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ପାରିତ କରାଯାଇଛି।
ଦୁଇ ଦିନିଆ ରାଜ୍ୟ ବିଜେପିର କାର୍ଯ୍ୟକାରୀଣୀରେ ପଂଚାୟତ, ପୌର ନିର୍ବାଚନ ସହିତ ସମବାୟ ନିର୍ବାଚନକୁ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରୁ ଏକମାସ ବ୍ୟାପି ଚାଲିବାକୁ ଥିବା ସେବା ସଂକଳ୍ପ ଅଭିଯାନକୁ ତଳସ୍ତର ପର୍ଯ୍ୟନ୍ତ ନେବାକୁ ପ୍ରସ୍ତାବ ପାରିତ ହୋଇଛି।
