FeaturedGeneralLatest

ସୁପ୍ରିମକୋର୍ଟରେ ସିଇସି ନିଯୁକ୍ତି ଆଇନ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ଆବେଦନ ଦାୟର

ନୂଆଦିଲ୍ଲୀ (ସଂକେତ ଟିଭି): ସୁପ୍ରିମକୋର୍ଟରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ଆଇନ ନେଇ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ଆବେଦନ ଦାୟର ହୋଇଛି। ଏହି ଆବେଦନ ଉପରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ବୁଧବାର କହିଛନ୍ତି ଯେ ‘ସେ ଆବେଦନର ଯାଞ୍ଚ କରିବେ’।

ବରିଷ୍ଠ ଓକିଲ ଗୋପାଳ ଶଙ୍କର ନାରାୟଣନ ସିଜେଆଇଙ୍କ ନିକଟରେ ଏହି ଆବେଦନ ଦାଖଲ କରିଛନ୍ତି। ନାରାୟଣନ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା ଏକ ଇଣ୍ଟର ଲୋକ୍ୟୁଟାରୀ ଆପ୍ଲିକେସନ (ଆଇଏ) ଅଟେ ଯାହାକୁ ୨୩ ସେପ୍ଟେମ୍ବର ନିଷ୍ପତ୍ତି ପ୍ରତ୍ୟାହାର ଲାଗି ଦାୟର କରାଯାଇଛି।

ଏହି ନିଷ୍ପତ୍ତି ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ବେଞ୍ଚ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତ ଓ କାର୍ଯ୍ୟକାଳ) ଅଧିନିୟମ ୨୦୨୩କୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଶୁଣାଇଥିଲେ। ତେବେ ସିଜେଆଇ ଏହି ମାମଲା ଉପରେ ବିଚାର କରିବା ପାଇଁ ସହମତି ଦେଇ କହିଛନ୍ତି ଯେ ‘ଆମେ ଯାଞ୍ଚ କରିବୁ ତା ପରେ ନିଷ୍ପତ୍ତି ନେବୁ’।

ସିଜେଆଇ ଏହା ବି କହିଛନ୍ତି ଯେ ଏ ନେଇ ଏକ କ୍ୟୁରେଟିଭ ପିଟିସନ ଦାୟର ହୋଇଥିବାର ମଧ୍ୟ ଆମ୍ଭେ ପଢିଛୁ। ବରିଷ୍ଠ ଓକିଲ ଶଙ୍କର ନାରାୟଣନ ‘ହଁ’ରେ ଏହାର ଉତ୍ତର ଦେଇଛନ୍ତି ଓ କହିଛନ୍ତି ଯେ ଏହାକୁ କେହି ଅନ୍ୟ ଦାୟର କରିଥାଇ ପାରନ୍ତି, ତେବେ କ୍ୟୁରେଟିଭ ପିଟିସନ ପୂର୍ବରୁ ରିଭ୍ୟୁ ପିଟିସନ ରୁଜୁ ହେବା କଥା।

ନାରାୟଣନ କହିଛନ୍ତି ଯେ ତେବେ ମୋ ମାମଲା ଏକ ଆଇଏ (ଇଣ୍ଟର ଲୋକ୍ୟୁଟାରୀ ଆପ୍ଲିକେସନ) ଅଟେ। ଏହି ଆପ୍ଲିକେସନ ସେହି ଆଧାରରେ ଦାୟର ହୋଇଥିଲା ଯେ ବେଞ୍ଚରେ ସାମିଲ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ପକ୍ଷପାତି ହେବାର ୱାଜିବ ଆଶଙ୍କା ଥିଲା, କାରଣ ତାଙ୍କ ପୁଅ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଲାଗି ଷ୍ଟାଣ୍ଡିଂ କାଉନସିଲ ଅଟନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୩ ସେପ୍ଟେମ୍ବରରେ ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ବେଞ୍ଚ ସିଇସି ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକୁ ବଡ଼ ବେଞ୍ଚକୁ ପଠାଇବାରେ ପୃଥକ ପୃଥକ ରାୟ ରଖିଥିଲେ।

ଗୋଟିଏ ପଟେ ଜଷ୍ଟିସ ଦତ୍ତ ଏପରି କିଛି ଜରୁରି ନୁହେଁ ବୋଲି କହିଥିବା ବେଳେ ଜଷ୍ଟିସ୍ ଶର୍ମାଙ୍କ ରାୟ ପୃଥକ ଥିଲା। ତେବେ ଶେଷରେ ବେଞ୍ଚ ମାମଲାକୁ ୫ ଜଜଙ୍କ ବେଞ୍ଚକୁ ପଠାଇ ଦେଇଛନ୍ତି ଓ ଏହାକୁ ସିଜେଆଇଙ୍କ ସାମ୍ନାରେ ରଖିଛନ୍ତି।

Leave a Reply

Your email address will not be published. Required fields are marked *