୮ ଆଇପିଏସ୍ ଅଧିକାରୀଙ୍କ ବଦଳି, ଜେଲ ଡିଜି ସୁଶାନ୍ତ ନାଥ ଓଏସଡି ଭାବେ ନିଯୁକ୍ତ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାର ୮ ଜଣ ଆଇପିଏସ୍ ଅଧିକାରୀ ଏବଂ ୧ ଜଣ ଓପିଏସ୍ ଅଧିକାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବଦଳି କରାଯାଇ ତାଙ୍କୁ ଗୃହ ବିଭାଗରେ ଓଏସ୍ଡି ଭାବେ ନିଯୁକ୍ତ କରାଯାଇଛି।
କାରାଗାର ଏବଂ ସଂଶୋଧନ ସେବା ମହାନିର୍ଦ୍ଦେଶକ ୧୯୯୩ ବ୍ୟାଚ୍ ଐଙଜ ସୁଶାନ୍ତ କୁମାର ନାଥଙ୍କୁ ବଦଳି କରାଯାଇ ଗୃହ ବିଭାଗ ଘଜଉ ଭାବରେ ନିଯୁକ୍ତ କରାଯାଇଛି। ଜ.ଋ.ଜ.କ. ନିର୍ଦ୍ଦେଶକ ୧୯୯୫ ବ୍ୟାଚ୍ ଐଙଜ ସନ୍ତୋଷ ବଳଙ୍କୁ ଓଡ଼ିଶାର ଅତିରିକ୍ତ ଡି.ଜି, ଜେଲ୍ ଏବଂ ନିର୍ଦ୍ଦେଶକ, ସଂଶୋଧନ ସେବାର ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି। ପରିବହନ କମିଶନର ଏବଂ ଅତିରିକ୍ତ ପୋଲିସ ଡିଜି, ଜେଲ ଦାୟିତ୍ୱରେ ଥିବା ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବରେ ନିଯୁକ୍ତ କରାଯାଇଛି।
ଅତିରିକ୍ତ ଡି.ଜି. ପୋଲିସ, ଏସ୍.ଏ.ପି. ଥିବା ୧୯୯୮ ବ୍ୟାଚ୍ ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ୨୦୧୦ ବ୍ୟାଚ୍ ଆଇପିଏସ ସାରା ଶର୍ମାଙ୍କୁ ଭିଜିଲାନ୍ସ ଡି.ଆଇ.ଜି. ଭାବରେ ନିଯୁକ୍ତ କରାଯାଇଛି। ଝାରସୁଗୁଡା ଏସପି ଥିବା ୨୦୧୯ ବ୍ୟାଚ୍ ଐଙଜ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ରାଜ୍ୟ ପୋଲିସ ମୁଖ୍ୟାଳୟ ଏଆଇଜି ଭାବରେ ନିଯୁକ୍ତ ହୋଇଛନ୍ତି।
ନୂଆପଡାର ଏସପି ୨୦୨୧ ବ୍ୟାଚ୍ ଆଇପିଏସ ଅମୃତପାଲ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟର ଏସପି ଭାବରେ ବଦଳି କରାଯାଇଛି। ଖୋରଧାର ଅତିରିକ୍ତ ଏସପି ୨୦୨୨ ବ୍ୟାଚ୍ ଆଇପିଏସ ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡାର ଏସପି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପୋଲିସ ମୁଖ୍ୟାଳୟର ଏଆଇଜି, ଘଙଜ (ଏସଟିଏସ) ତପନ ନାରାୟଣ ରଥଙ୍କୁ ନୂଆପଡାର ଏସପି ଭାବରେ ନିଯୁକ୍ତି ଦିଆଯାଇଛି।
ଜେଲ ଡିଜି ଥିବା ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା, ହତ୍ୟାର ଧମକ, ସଂଘବଦ୍ଧ ଭାବରେ ଅପରାଧ ଘଟାଇବା ଭଳି ଅଭିଯୋଗ କରିଥିଲେ ପୂର୍ବତନ ଚୌଦ୍ୱାର ଜେଲର ଜେଲର୍ ସନ୍ତୋଷିନୀ ଜେନା। ଏନେଇ କଟକ ଚୌଦ୍ୱାର ଥାନାରେ ଡିଜିଙ୍କ ବିରୋଧରେ ଇଗଜର ଧାରା ୭୫(୨), ୩୫୧(୨), ୩(୫)ରେ ମାମଲା ରୁଜୁ କରାଯାଇଥିଲା। ମାମଲା ରୁଜୁ ପରେ ଏହାର ତଦନ୍ତ କରାଯାଉଛି। ଏପରି ଅଭିଯୋଗ ଆସିବା ପରେ ଜେଲ ଡିଜିଙ୍କୁ ପଦବୀରୁ ହଟାଇଛନ୍ତି ସରକାର। ସୁଶାନ୍ତ ନାଥଙ୍କୁ ରାଜ୍ୟ ସରକାରଙ୍କ ଘଜଉ ଭାବରେ ନିଯୁକ୍ତି ଦିଆଯାଇଛି।
