ଚାନ୍ଦିପୁରରେ ସଫଳ କ୍ଷେପଣାସ୍ତ୍ର ପରୀକ୍ଷା: ୨୫୨୪ ଲୋକ ସ୍ଥାନାନ୍ତରିତ
ବାଲେଶ୍ବର (ସଂକେତ ଟିଭି): ଚାନ୍ଦିପୁରରୁ ଆଜି ଦିନ ୧୧ଟା ୧୯ଟାରେ ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଛି । ଲଞ୍ଚ କମ୍ପ୍ଲେକ୍ସ-୩ରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଏଥିପାଇଁ ଆଜି ସକାଳୁ ଲଞ୍ଚ କମ୍ପ୍ଲେକ୍ସ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରାଯାଇଥିଲା ।
ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୁଲ ଗୃହଗୁଡ଼ିକୁ ଅସ୍ଥାୟୀ ଓ ସ୍ଥାୟୀ ଶିବିର ଭାବରେ ଚିହ୍ନଟ କରାଯାଇଥିଲା । ୨୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାୟୀ ଓ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା । ଡିଆରଡିଓର ନିର୍ଦ୍ଦେଶ ପର୍ଯ୍ୟନ୍ତ ଲୋକମାନେ ଶିବିରରେ ରହିଥିଲେ । ଶିବିରରେ ଲୋକଙ୍କ ଖାଇବା ପିଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଡିଆରଡିଓ ପକ୍ଷରୁ ଲୋକଙ୍କୁ ଆର୍ଥିକ ସହାୟତା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷଣ ଅଞ୍ଚଳର ୨ କିଲୋମିଟର ପରିଧି ମଧ୍ୟରେ ଥିବା ୪ଟି ଗାଁର ୨୫୨୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।
ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା । ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହିତ ଆବଶ୍ୟକ ପାରିଶ୍ରମିକ ପ୍ରଦାନର ମଧ୍ୟ ବ୍ୟବସ୍ଥା ହୋଇଥିଲା । ଏହି ସ୍ଥାନାନ୍ତର ପ୍ରକ୍ରିୟା ପୂର୍ବରୁ ପ୍ରତିରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯିବାରୁ ଲୋକମାନେ ସହଯୋଗ କରି ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ । ମିସାଇଲ ପରୀକ୍ଷଣ ସମୟରେ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା ।
ଏହାକୁ ନେଇ ସଦର ବିଡିଓ ଉତ୍ତମ ଜେନା କହିଛନ୍ତି ଯେ, ଚାନ୍ଦିପୁର ମିସାଇଲ ପରୀକ୍ଷଣକୁ ନେଇ ୧ରୁ ୨ କିଲୋମିଟର ପରିଧି ମଧ୍ୟରେ ମୋଟ ୬ଟି ଗାଁ ରହିଥିଲା । ସେଥିମଧ୍ୟରେ ଜୟଦେବ କସବା, ସାହସନଗର-୨, ଖଡୁପାହି, ନିମପୁରା ପାହି ଓ ତୁଣ୍ଡୁରା ପାହି ସମେତ ୬ଟି ଗାଁର ପ୍ରାୟ ୨୫୦୦ରୁ ୨୬୦୦ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ମୋଟ ୬ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଥିଲା । ଜୟଦେବ କସବା ଓ ଖଡୁପାହିରେ ଦୁଇଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ଅନ୍ୟ ଦୁଇଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା ।
ଲୋକଙ୍କ ସ୍ଥାନାନ୍ତର ପାଇଁ ଆବଶ୍ୟକ ପ୍ରମାଣପତ୍ର ଜାରି କରାଯିବା ସହ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ଓ ଖାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା । ଲୋକଙ୍କୁ ପ୍ରଥମେ ଚିହ୍ନଟ ଓ ଗଣନା କରାଯାଇ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା । ସେମାନଙ୍କ ସୁବିଧା ପାଇଁ ମେଡିକାଲ ଟିମ୍ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଥିଲା । ଏଥିସହିତ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା । ଏହାବ୍ୟତୀତ ସ୍ଥାନାନ୍ତରିତ ଲୋକଙ୍କୁ ଦୈନିକ ମଜୁରି ବାବଦକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।
