CrimeFeaturedLatest

ଟ୍ରେଡିଂ କମ୍ପାନୀ ନାଁରେ ୭୦ କୋଟି ଠକେଇ: ଇଡିର ଜୋରଦାର ଚଢ଼ାଉ

ବାରିପଦା(ସଂକେତ ଟିଭି): ପ୍ରାୟ ୭୦ କୋଟି ଟଙ୍କାର ବଡ଼ଧରଣର ଆର୍ଥିକ ଠକେଇ ମାମଲାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ଜୋରଦାର ଚଢ଼ାଉ କରାଯାଇଛି। କୋଲକାତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ଵର ବିନ୍ଧାଣୀଙ୍କ ବାସଭବନରେ ଏହି ରେଡ୍ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ଭିତ୍ତିକ ଟ୍ରେଡିଂ କମ୍ପାନୀ ନାଁରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାଧାରଣ ଲୋକଙ୍କ ଠାରୁ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ଈଶ୍ଵର ବିନ୍ଧାଣୀ ମୟୂରଭଞ୍ଜ, କଟକ, ଭୁବନେଶ୍ୱର ଓ ଜଗତସିଂହପୁର ଭଳି ବିଭିନ୍ନ ଅଞ୍ଚଳର ଲୋକଙ୍କୁ ନିକଟରୁ ପ୍ରାୟ ୭୦ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣାପଡ଼ିଛି। ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା।

ଏହି ମାମଲାର ତଦନ୍ତ କ୍ରମରେ ଇଡିର ଏକ ୩ ଜଣିଆ ଟିମ୍ ସହିତ ୨ ଜଣ ବ୍ୟାଙ୍କ ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ବିଶୋଳ ଗାଁ ସ୍ଥିତ ଈଶ୍ଵରଙ୍କ ଘରେ ଅତର୍କିତ ଚଢ଼ାଉ କରିଛନ୍ତି। ଆଜି ସକାଳୁ ଇଡିର ୩ ଜଣିଆ ଟିମ୍, ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଏବଂ ପୋଲିସ ପହଞ୍ଚି ଛାନବିନ୍ କରୁଛନ୍ତି।

ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଜମା ଖାତା ଏବଂ ଆର୍ଥିକ କାରବାର ସଂକ୍ରାନ୍ତୀୟ ତଥ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ଏହି ଠକେଇ ନେଟୱାର୍କରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଟଙ୍କା କେଉଁ କେଉଁ ଖାତାକୁ ସ୍ଥାନାନ୍ତର ହୋଇଛି, ସେନେଇ ଅଧିକାରୀମାନେ ଖୋଳତାଡ଼ ଜାରି ରଖିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *