ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୭ ଉଦଘାଟିତ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୭ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱରର ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷର ଥିମ୍ ରହିଛି “ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା”। ଏହି ତିନିଦିନିଆ ରାଜ୍ୟସ୍ତରୀୟ ମହୋତ୍ସବ ନଭେମ୍ବର ୧୨ ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅବସରରେ ୨୦୨୪-୨୦୨୫ ବର୍ଷର ତାଲିକାକୁ ମିଶାଇ ମୋଟ ୩୭୫ ଜଣ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯାଇଛି। ଏଥିପାଇଁ ମୋଟ ୧୯ କୋଟି ୫୬ ଲକ୍ଷ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି। ବିଶେଷ ଅବସରରେ ନିପୁଣ ଆପର ମଧ୍ୟ ଶୁଭାରମ୍ଭ ହୋଇଛି, ଯାହା ମାଧ୍ୟମରେ ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ, ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିଗତ ଶିକ୍ଷଣ ଦକ୍ଷତା ଆକଳନ ଓ ଶ୍ରେଣୀଗୃହ ସୁପରିଚାଳନା ଦିଗରେ ସହାୟକ ହେବ। ୧୦ ଜଣଙ୍କୁ ଓଡ଼ିଆ ଭାଷା ବୃଦ୍ଧି ପୁରସ୍କାରରେ ସମ୍ମାନିତ କରାଯାଇଛି।
ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୨୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ୧୦୦୦ରୁ ଅଧିକ ସରକାରୀ ଅଧିକାରୀ, କର୍ମଚାରୀ ଯୋଗ ଦେଉଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ଜ୍ଞାନର ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ଓ ଭାବ ବିନିମୟ, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ, ମଡେଲ୍ ସୁନାମଚେନ୍ଦ୍ର ନେସନ୍ ପାଭିଲିୟନ୍, ବିଭିନ୍ନ କର୍ମଶାଳା, ପ୍ରଦର୍ଶନୀ ଏବଂ ବକ୍ରତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
