ଓଡ଼ିଶାରେ ଇଭି ଗାଡ଼ି କିଣା ୧ ଲକ୍ଷ ୪୫ ହଜାର ଟପିଲା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ (ଇଭି) ପ୍ରତି ଲୋକଙ୍କ ଆଗ୍ରହ କ୍ରମାଗତ ଭାବେ ବଢ଼ୁଛି। ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ବଦଳରେ ଏବେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଗ୍ରାହକଙ୍କ ଆକର୍ଷଣ ବଢ଼ିବାରେ ଲାଗିଛି। ଓଡ଼ିଶାରେ ପ୍ରତିବର୍ଷ ଇଭି ଗାଡ଼ି କିଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏହି ତଥ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ୨୦୨୦ରେ ମାତ୍ର ୯୦୩ ଜଣ ଇଭି ଗାଡ଼ି କିଣିଥିଲେ। ୨୦୨୧ରେ ଏହି ସଂଖ୍ୟା ବଢ଼ି ୫ ହଜାର ୬୨୭ରେ ପହଞ୍ଚିଥିଲା। ୨୦୨୨ରେ ୨୮ ହଜାର ୪୪୬, ୨୦୨୩ରେ ୪୪ ହଜାର ୫୪୩ ଏବଂ ୨୦୨୪ରେ ୬୫ ହଜାର ୩୧୨ଟି ଇଭି ଗାଡ଼ି କିଣାଯାଇଥିଲା। ୨୦୨୫ରେ ଏହି ସଂଖ୍ୟା ୭୯ ହଜାର ୨୩୮କୁ ବୃଦ୍ଧି ପାଇଥିଲା।
ଚଳିତ ୨୦୨୬ ବର୍ଷରେ ଇଭି ଗାଡ଼ି କିଣା ସଂଖ୍ୟାରେ ଆହୁରି ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୫ ହଜାର ୬୧୪ ଜଣ ଇଭି ଗାଡ଼ି କିଣିଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।
ଗତ କିଛି ବର୍ଷର ତଥ୍ୟକୁ ଦେଖିଲେ ରାଜ୍ୟରେ ଇଭି ଯାନ ପ୍ରତି ଲୋକଙ୍କ ଆଗ୍ରହ କ୍ରମାଗତ ଭାବେ ବଢ଼ିଥିବା ସ୍ପଷ୍ଟ ହେଉଛି। ଇନ୍ଧନ ଖର୍ଚ୍ଚ କମାଇବା ସହ ପରିବେଶ ଅନୁକୂଳ ଯାତାୟାତ ପାଇଁ ଇଲେକ୍ଟ୍ରିକ୍ ଯାନ ଏକ ବିକଳ୍ପ ଭାବେ ଉଭା ହେଉଛି।
