Latest

ବାସୁଳି ପୂଜା ଭୋଗ ଖାଇ ୭୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ

ବସ୍ତା ୨୮।୦୬ : ( ପ୍ରଶାନ୍ତ ସେନାପତି) ବାସୁଳି ପୂଜା ଭୋଗ ଖାଇ ୭୦ ରୁ ଅଧିକ ଗ୍ରାମବାସୀ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପିମୋହନପୁର ପଞ୍ଚାୟତ ଅନ୍ତର୍ଗତ ବାସୁଳିଆ ସାହିରେ ଏଭଳି ଅଘଟଣ ଘଟିଛି।

ସୂଚନା ଅନୁସାରେ, ଗତ ଶନିବାର ଦିନ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ନିକଟରେ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ସରିବା ପରେ ଗ୍ରାମବାସୀ ଠାକୁରାଣୀଙ୍କ ଭୋଗ ଖାଇଥିଲେ । ରବିବାର ସକାଳୁ କିଛି ଗ୍ରାମବାସୀଙ୍କ ମୁଣ୍ଡ ବୁଲାଇବା ସହ ପ୍ରବଳ ଝାଡାବାନ୍ତି ହୋଇଥିଲା । ଖବରପାଇ ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇଥିଲେ । ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ସ୍ଥାନୀୟ ଡାକ୍ତରଖାନାକୁ ଖବର ଦେଇଥିଲେ । ଗ୍ରାମରେ ଦୁଇଟି ମେଡ଼ିକାଲ ଟିମ୍ ପହଞ୍ଚି ଚିକିତ୍ସା କରୁଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *