Latest

ମନାଲିରେ ପହଞ୍ଚିଲେ ହଜାର ହଜାର ପର୍ଯ୍ଯଟକ, ଫଟୋ ସୋସିଆଲ ମିଡିଆରେ ଭାଇରାଲ୍

ମନାଲି, ୦୫/୦୭: (ସଂକେତ୍ ଟିଭି ) ହିମାଚଳ ପ୍ରଦେଶ ପ୍ରଶାସନ ଗତ ମାସ କରୋନା କଟକଣା କୋହଳ କରିବା ମାତ୍ରେ ଶିମଲା, କୁଲୁ-ମନାଲି, ଧର୍ମଶାଳା ଭଳି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ହଜାର ହଜାର ସଂଖ୍ଯାରେ ପର୍ଯ୍ଯଟକ ପହଞ୍ଚିଛନ୍ତି । ମନାଲିର ମଲ୍ ରୋଡରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଜନଗହଳିପୂର୍ଣ୍ଣ ରାସ୍ତାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସିମଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ସଭାପତି ସଂଜୟ ସୁଦ କହିଛନ୍ତି ଯେ ରାଜ୍ୟରେ ପ୍ରବେଶ ଉପରେ ଥିବା ସମସ୍ତ କଟକଣା ହଟିଯିବା ପରେ ପର୍ଯ୍ୟଟକଙ୍କ ସଂଖ୍ଯା ଅହେତୁକ ବୃଦ୍ଧି ପାଇଛି ।

ପର୍ଯ୍ୟଟନ ଇଣ୍ଡଷ୍ଟ୍ରି ଷ୍ଟେକ ହୋଲଡର ଆସୋସିଏସନର ସଭାପତି ମୋହିନ୍ଦର ସେଠ କହିଛନ୍ତି ଯେ ହୋଟେଲଗୁଡିକରେ ସପ୍ତାହାନ୍ତରେ 60 ରୁ 90 ପ୍ରତିଶତ ରୁମ୍ ବୁକ୍ ହେଉଥିବାବେଳେ ଅନ୍ୟ ଦିନରେ ଏହା ପ୍ରାୟ 40-45 ପ୍ରତିଶତ ରହୁଛି ।

ତେବେ ସୋସିଆଲ ମିଡିଆରେ ମନାଲିରେ ବହୁ ଜନଗହଳିପୂର୍ଣ୍ଣ ରାସ୍ତାର ଚିତ୍ର ପୋଷ୍ଟ ହେବାପରେ କିଛି ଲୋକ ସାମାଜିକ ଦୂରତା ଏବଂ କୋଭିଡ୍ ଗାଇଡ ଲାଇନକୁ ନେଇ ଉଦବେଗ ପ୍ରକାଶ କରିଥିବାବେଳେ କିଛି ଲୋକ ଏହା ଉପରେ ମେମେ ତିଆରି କରି ଥଟ୍ଟା କରିଛନ୍ତି ।

Leave a Reply

Your email address will not be published. Required fields are marked *