LatestNewsSports

ଗଡସ୍ପିଡ୍ ୟୁଟିଆର୍ ସିରିଜ୍ ଟେନିସ୍: ବାଲେଶ୍ବରର ମନନ୍ ରାଠୀ ଅଣ୍ଡର-୧୨ରେ ଚାମ୍ପିଆନ୍

ବାଲେଶ୍ବର (ସଂକେତ ଟିଭି): କୋଲକାତାଠାରେ ଅନୁଷ୍ଠିତ ଗଡସ୍ପିଡ୍ ୟୁଟିଆର୍ ସିରିଜ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ବରର ଟେନିସ୍ ପ୍ରତିଭାମାନେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। କୋଲକାତାର ସ୍ପେସ ସର୍କଲ ସେଣ୍ଟରରେ ମାର୍ଚ୍ଚ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଅଣ୍ଡର-୧୨ ବିଭାଗରେ ମନନ୍ ରାଠୀ ଚାମ୍ପିଆନ୍ ହୋଇଥିବା ବେଳେ ଅଣ୍ଡର-୧୬ ବିଭାଗରେ ଅମର୍ତ୍ତ୍ୟ ସେନ୍ ରନର୍ସ ଅଫ୍ ହୋଇଛନ୍ତି।

ଅଣ୍ଡର-୧୬ ବିଭାଗରେ ଅମର୍ତ୍ତ୍ୟ ସେନ୍ ରନର୍ସ ଅଫ୍ ( ବାମରେ)

ସେହିପରି ଅଣ୍ଡର-୧୬ ବିଭାଗରେ ସୌଭାଗ୍ୟ ପଣ୍ଡା କ୍ବାଟର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ସମର ଭଟ୍ଟର ଅଣ୍ଡର-୧୦ ବିଭାଗରେ ରନର୍ସ ଅଫ୍ ହୋଇଥିଲେ । ସେହିପରି ସମର ଅଣ୍ଡର-୯ ବିଭାଗରେ କ୍ବାଟର ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ। ତେଜସ୍ ମାଲୁଓ ଅଣ୍ଡର-୧୦ ବିଭାଗରେ ସେମିଫାଇନାଲ୍ ଏବଂ ଅଣ୍ଡର-୯ ବୟସ ବର୍ଗରେ କ୍ବାଟର ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ। ଅଣ୍ଡର-୧୨ ବିଭାଗରେ ଚାମ୍ପିଆନ୍ ହୋଇଥିବା ମନନ୍ ରାଠୀ ଅଣ୍ଡର-୧୦ ବିଭାଗରେ ମଧ୍ୟ କ୍ବାଟର ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ।

ଏହି ସମସ୍ତ ଖେଳାଳୀ ତଥା ତାଙ୍କର ଟେନିସ୍ କୋଚ୍ ସେଖ୍ ଅସଲମଙ୍କୁ ବାଲେଶ୍ବର ଟେନିସ୍ ଆସୋସିଏସନର ସଭାପତି କିଶନ ସାହୁ, ଉପଦେଷ୍ଠା ମଦନ ସରାଓଗୀ ଓ ସଂପାଦକ ସମଥମ୍ ପ୍ରସାଦଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଅରୁଣ ରାଠୀ, ଗିରିଶ ମୋଦୀ, ରାଜୀବ ସାହୁ, ଜୁବିନ ବୋଧାଓ୍ବାଲା, ଡକ୍ଟର ଅମରଜ୍ୟୋତି ଆଚାର୍ଯ୍ୟ, ମୁକ୍ତେଶ ମଚ୍ଚର, ପଞ୍ଚାନନ ନାୟକ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।

ସମର ଭଟ୍ଟର (ବାମ ଫଟୋର ନାଲି କ୍ୟାପରେ) ତେଜସ୍ ମାଲୁଓ (ଡାହାଣରେ)