FeaturedLatestNews

୨୩ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ୨୩ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ (SDC) ପାଇଁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଯୁକ୍ତି କରିଛନ୍ତି। ଏଥିରେ ବିଜେପି ଦଳ ପାଇଁ ଜିଲ୍ଲା ସ୍ତରରେ କାମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ଗୁରୁତ୍ୱ ଦିଆଯାଇଛି।

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସରକାର ଦଳର ଜନଜାତି ବର୍ଗର ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି ନିଯୁକ୍ତିରେ ଦଳୀୟ ସଂଗଠନକୁ ପ୍ରାଥମିକତା ଦିଆଯାଇଛି।

ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ତାଲିକା:

  • ଅନୁଗୁଳ: ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ)
  • ବଲାଙ୍ଗିର: ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ)
  • ବାଲେଶ୍ୱର: ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ)
  • ବରଗଡ଼: ଗୋବର୍ଦ୍ଧନ ଭୋ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ)
  • ବୌଦ୍ଧ: ଡମରୁଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ)
  • ଦେବଗଡ଼: ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିଶାନ (ଉପାଧ୍ୟକ୍ଷ)
  • ଢେଙ୍କାନାଳ: ନାଉରି ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ)
  • ଗଜପତି: କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ)
  • ଗଞ୍ଜାମ: ନୀଳମାଧବ ପାତ୍ର (ଅଧ୍ୟକ୍ଷ), ଲଳିତା ପ୍ରଧାନ (ଉପାଧ୍ୟକ୍ଷ)
  • ଯାଜପୁର: ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ), ଶାନି ଜରିକା (ଉପାଧ୍ୟକ୍ଷ)
  • ଝାରସୁଗୁଡ଼ା: ସାମଲ ନାଏକ (ଅଧ୍ୟକ୍ଷ), ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ)
  • କଳାହାଣ୍ଡି: ବିଜୟ ଦିଶାରୀ (ଅଧ୍ୟକ୍ଷ), ରୀନା ଭୋଇ (ଉପାଧ୍ୟକ୍ଷ)
  • କନ୍ଧମାଳ: ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ), କଳ୍ପନା କହଁର (ଉପାଧ୍ୟକ୍ଷ)
  • କେନ୍ଦୁଝର: ମମିତା ନାୟକ (ଅଧ୍ୟକ୍ଷ), ମାନସ କୁମାର ନାଏକ (ଉପାଧ୍ୟକ୍ଷ)
  • କୋରାପୁଟ: ଭଗବାନ ମୁଦୁଲି (ଅଧ୍ୟକ୍ଷ), ସୁକାନ୍ତି ମାଝୀ (ଉପାଧ୍ୟକ୍ଷ)
  • ମାଲକାନଗିରି: ଗଙ୍ଗାଧର ସୋଡି (ଅଧ୍ୟକ୍ଷ), ସାବିତ୍ରୀ ପଡ଼ିଆମୀ (ଉପାଧ୍ୟକ୍ଷ)
  • ମୟୁରଭଞ୍ଜ: ଡ. ବୁଦ୍ଧନ ମୁର୍ମୁ (ଅଧ୍ୟକ୍ଷ), କୌଶଲ୍ୟ ନାଏକ (ଉପାଧ୍ୟକ୍ଷ)
  • ନବରଙ୍ଗପୁର: ବାସନ୍ତୀ ମାଝୀ (ଅଧ୍ୟକ୍ଷ), ତ୍ରିନାଥ ଭତ୍ରା (ଉପାଧ୍ୟକ୍ଷ)
  • ନୟାଗଡ଼: ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ), ସମିତା ଦେହୁରୀ (ଉପାଧ୍ୟକ୍ଷ)
  • ନୂଆପଡ଼ା: ଇଂ. ହୋମେସସିଂହ ମାଝୀ (ଅଧ୍ୟକ୍ଷ), ବେଲମାତି ମାଝୀ (ଉପାଧ୍ୟକ୍ଷ)
  • ରାୟଗଡ଼ା: ବିଦ୍ୟାଧର ଶବର (ଅଧ୍ୟକ୍ଷ), ମଞ୍ଜୁଲା ମିନିଆକା (ଉପାଧ୍ୟକ୍ଷ)
  • ସମ୍ବଲପୁର: ଭାଗିନ୍ଦ୍ର କିଶାନ (ଅଧ୍ୟକ୍ଷ), ସୁଷମା ମୁଣ୍ଡା (ଉପାଧ୍ୟକ୍ଷ)
  • ସୁନ୍ଦରଗଡ଼: ସନ୍ତୋଷ କୁମାର ଅମାତ (ଅଧ୍ୟକ୍ଷ), ଗାଙ୍ଗି କିଣ୍ଡୋ (ଉପାଧ୍ୟକ୍ଷ)