BusinessFeaturedGeneralLatest

ଘରୋଇ ବିମାନ ଭଡ଼ା ବୃଦ୍ଧି କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ (ସଂକେତ ଟିଭି): ବିମାନ ଯାତ୍ରୀମାନଙ୍କ ପାଇଁ ଖର୍ଚ୍ଚ ବଢ଼ିବାକୁ ଯାଉଛି। ଘରୋଇ ବିମାନ ଭଡ଼ା ବୃଦ୍ଧି କରିଛି ଏୟାର ଇଣ୍ଡିଆ। ଆସନ୍ତାକାଲି ଠାରୁ ଯାତ୍ରୀମାନଙ୍କୁ ଦୂରତା ଅନୁସାରେ ଅଧିକ ଟଙ୍କା ଦେବାକୁ ପଡ଼ିବ।

ବର୍ତ୍ତମାନ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀମାନଙ୍କୁ ବିମାନର ଦୂରତା ଅନୁଯାୟୀ ୨୯୯ ଟଙ୍କାରୁ ୮୯୯ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଭଡ଼ା ଦେବାକୁ ହେବ।

  • ୫୦୦ କିଲୋମିଟରରୁ କମ୍ ଦୂରତା ପାଇଁ ୨୯୯ ଟଙ୍କା
  • ୫୦୧ କିମିରୁ ୧,୦୦୦ କିମି ମଧ୍ୟରେ ୩୯୯ ଟଙ୍କା
  • ୧,୦୦୧ କିମିରୁ ୧,୫୦୦ କିମି ମଧ୍ୟରେ ୫୪୯ ଟଙ୍କା
  • ୧,୫୦୧ କିମିରୁ ୨,୦୦୦ କିମି ମଧ୍ୟରେ ୭୪୯ ଟଙ୍କା
  • ୨,୦୦୦ କିମିରୁ ଅଧିକ ଦୂରତା ପାଇଁ ୮୯୯ ଟଙ୍କା

ଏହି ନୂଆ ଦର ୮ ଏପ୍ରିଲ ସକାଳ ୯ଟା ପରେ ବୁକିଂ ହେଉଥିବା ଟିକେଟ୍ ଉପରେ ଲାଗୁ ହେବ। ଯଦି ଆପଣ ପୂର୍ବରୁ ଟିକେଟ୍ ବୁକ୍ କରିସାରିଛନ୍ତି, ତେବେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ। କିନ୍ତୁ ଯଦି ଯିବାର ତାରିଖ ବଦଳାନ୍ତି, ତେବେ ନୂଆ ଦର ଲାଗୁ ହୋଇପାରେ।

ବିଶ୍ୱସ୍ତରରେ ବିମାନ ଇନ୍ଧନ ଦର ବୃଦ୍ଧି ଯୋଗୁଁ ଏୟାର ଇଣ୍ଡିଆ ଏହି ନିଷ୍ପତ୍ତି ନେଇଛି।