FeaturedGeneralLatestPolitics

ଗାଡିରୁ ଓହ୍ଲାଇ ରାହୁଲ ଗାନ୍ଧୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦ ପରିସରରେ ଦେଖିବାକୁ ମିଳିଲା ଏକ ଅଦ୍ଭୁତ ଦୃଶ୍ୟ। ଗାଡ଼ିରୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ କଥା ହେଲେ। ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

ଜ୍ୟୋତିରାଓ ଫୁଲେଙ୍କ ୨୦୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଅନେକ ନେତା ସଂସଦ ପରିସରରେ ଥିବା ପ୍ରେରଣା ସ୍ଥଳରେ ରୁଣ୍ଡ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ଗାଡ଼ିରୁ ଓହ୍ଲାଇବା ପରେ ରାହୁଲ ଗାନ୍ଧୀଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ସାଧାରଣତଃ ପରସ୍ପରକୁ କଡ଼ା ସମାଲୋଚନା କରୁଥିବା ଏହି ଦୁଇ ନେତାଙ୍କୁ ଏକାଠି ଦେଖି ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଶୀଘ୍ର ଭାଇରାଲ ହେବାରେ ଲାଗିଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଜ୍ୟୋତିରାଓ ଫୁଲେଙ୍କୁ ମହିଳା ଏବଂ ଦଳିତଙ୍କ ଅଧିକାର ପାଇଁ ଲଢ଼ୁଥିବା ପଥପ୍ରଦର୍ଶକ ଭାବେ ବର୍ଣ୍ଣନା କରିଥିଲେ। ସଂସଦ ଭିତରେ ଓ ବାହାରେ ସବୁବେଳେ ପରସ୍ପର ବିରୋଧରେ ବର୍ଷୁଥିବା ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ସାମାନ୍ୟ କଥାବାର୍ତ୍ତା ରାଜନୀତିରେ ‘ଭଦ୍ରତା ଓ ଏକତାର ଚିତ୍ର’ ବୋଲି ଅନେକେ ମତ ଦେଇଛନ୍ତି।