FeaturedGeneralLatest

୨% ମହଙ୍ଗା ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ(ସଂକେତ ଟିଭି): କେନ୍ଦ୍ର ସରକାରୀ କର୍ମଚାରୀ ତଥା ପେନସନଭୋଗୀଙ୍କ ପାଇଁ ମୋଦି ସରକାର ଏକ ଖୁସି ଖବର ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ମହଙ୍ଗା ଭତ୍ତା (DA) ରେ ୨% ବୃଦ୍ଧିକୁ ଅନୁମୋଦନ କରିଛି।

ଏହି ନିଷ୍ପତ୍ତି ପରେ କର୍ମଚାରୀଙ୍କ ପାଇଁ ମୋଟ ମହଙ୍ଗା ଭତ୍ତା ୫୮% ରୁ ବୃଦ୍ଧି ପାଇ ୬୦% ହୋଇଛି। ଫଳରେ ସେମାନଙ୍କ ମାସିକ ଦରମା ଏବଂ ପେନସନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ।

ଏହି ବୃଦ୍ଧି ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬.୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ସିଧାସଳଖ ଲାଭ ଦେବ। ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ ଆୟ ବୃଦ୍ଧି ପାଇଁ ଦାବି କରୁଥିବା କର୍ମଚାରୀମାନଙ୍କୁ ଏହି ପଦକ୍ଷେପ ଯଥେଷ୍ଟ ଆଶ୍ୱସ୍ତି ଦେଇଛି।