ଗୋରୁ ଗାଡିକୁ ଜାଳିଦେଲେ ଲୋକେ, ତଦନ୍ତ ଜାରି
ଭଦ୍ରକ(ସଂକେତ ଟିଭି): ଭଦ୍ରକ ସହରାଞ୍ଚଳ ଥାନା ବନ୍ତ ଛକ ନିକଟରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ କାରରେ ୫ଟି ଗୋରୁ ବେଆଇନ ଭାବେ ଚାଲାଣ ହେଉଥିଲା।
ସ୍ଥାନୀୟ ଲୋକେ କାରକୁ ଅଟକାଇବାରେ ସମର୍ଥ ହେବା ପରେ ଗୋରୁଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ କାରର ଡ୍ରାଇଭର ଫେରାର ହୋଇଯାଇଥିଲା। ପରେ କେହି କାରରେ ନିଆଁ ଲଗାଇଦେଇଥିଲେ, ଯାହାଫଳରେ କାର୍ଟି ଜଳି ପୁରା ପାଉଁଶ ହୋଇଯାଇଛି।
ନିଆଁ କିଏ ଲଗାଇଛି, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି। ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଭଦ୍ରକ ସହରାଞ୍ଚଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
