କ୍ୟାପିଟାଲ ହସ୍ପିଟାଲରେ ଏନଆଇଏ ଟିମ୍, ସାକ୍ଷୀଙ୍କ ବୟାନ ରେକର୍ଡ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ବରର ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ତଦନ୍ତ ଜାରି ରଖିଛି। ଏହି କ୍ରମରେ NIA ଟିମ୍ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସାକ୍ଷୀମାନଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଛି।
ମଙ୍ଗଳବାର ଦିନ NIA ଟିମ୍ କ୍ୟାପିଟାଲ ହସ୍ପିଟାଲ ଯାଇ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲା। ଏହାପୂର୍ବରୁ ଘଟଣାରେ ସଂପୃକ୍ତ ୫ ଜଣ ଯୁବକଙ୍କୁ NIA ଅଫିସକୁ ଡାକି ଜେରା କରାଯାଇଛି। ସେହେନବାଜଙ୍କ ସହ ସଂପର୍କ ଥିବା ଏହି ୫ ଜଣଙ୍କୁ ପଚରାଉଚରା କରାଯାଇଛି।
ସାକ୍ଷୀଙ୍କ ପଚରାଉଚରା ପରେ ପ୍ରମାଣ ଏକାଠି କରିବା ପାଇଁ NIA ପ୍ରକ୍ରିୟା ଆରମ୍ଭ କରିଛି। ତଦନ୍ତ ଜାରି ରହିଥିବାରୁ ସମ୍ପୂର୍ଣ୍ଣ ତଥ୍ୟ ଗଣମାଧ୍ୟମଠାରୁ ଦୂରରେ ରଖାଯାଇଛି। ସୂଚନାନୁଯାୟୀ, RDX ଲିଙ୍କର ଏକ ବଡ଼ ପ୍ରମାଣ ସହ ଓଡ଼ିଶା ଲିଙ୍କ ନେଇ ତନାଘନା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା।
