FeaturedLatestNews

ଆୟୁଷ୍ମାନରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା, ସାମ୍ବାଦିକଙ୍କୁ ମିଳିବ ସୁବିଧା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ଘୋଷଣା ପରେ ସାମ୍ବାଦିକ ମହଲରେ ବ୍ୟାପକ ଆଶ୍ୱସ୍ତି ପ୍ରକାଶ ପାଇଛି। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ପାଇବେ ଏବଂ ଏହି ଯୋଜନାରେ କୌଣସି ପରିବର୍ତ୍ତନ ଆଣାଯିବ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଗତ କିଛି ଦିନ ଧରି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ କେନ୍ଦ୍ରୀୟ ଆୟୁଷ୍ମାନ ଭାରତ ଯୋଜନା ସହିତ ବିଲୟ କରାଯିବ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିଲା। କିନ୍ତୁ ରାଜ୍ୟ ସରକାର ଏହି ଦୁଇଟି ଯୋଜନାକୁ ଏକାଠି କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଫଳରେ ଗୋପବନ୍ଧୁ ଯୋଜନାର ସ୍ୱତନ୍ତ୍ର ପରିଚୟ ଏବଂ ସୁବିଧା ସୁରକ୍ଷିତ ରହିବ।

ଏହି ଯୋଜନାରେ ପୂର୍ବରୁ ଅନ୍ତର୍ଭୁକ୍ତ ଥିବା ସମସ୍ତ ସାମ୍ବାଦିକ ଆଗକୁ ମଧ୍ୟ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବେ। ଏଥିସହିତ, ଯେଉଁ ସାମ୍ବାଦିକମାନେ ଏପର୍ଯ୍ୟନ୍ତ ଏହି ଯୋଜନାର ଅଂଶୀଦାର ହୋଇନାହାନ୍ତି, ସେମାନେ ନିୟମାବଳୀ ଅନୁଯାୟୀ ଆବେଦନ କରିପାରିବେ। ଯୋଗ୍ୟତା ଆଧାରରେ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *