୨୨ରୁ ବିଧାନସଭା ମୌସୁମୀ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ୨୧ ତାରିଖରେ ସର୍ବଦଳୀୟ ବୈଠକ ବସିବ। ୨୧ ତାରିଖ ଦିନ ୧୧ଟା ୩୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବ। ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବିଧାନସଭାକୁ ସୁଚାରୁ ରୂପେ ଚଳାଇବାକୁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ। ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଯାହା ଅକ୍ଟୋବର ୧ ତାରିଖ ଯାଏଁ ଚାଲିବ। ଚଳିତ ଥର ହେବାକୁ ଥିବା ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଛି। ଗୋଟିଏ ଛୁଟି ଦିନ ଥିବା ବେଳେ ୨ ଦିନ ନୋ ମିଟିଙ୍ଗ ଡେ’ ରହିଛି।
