BusinessFeaturedGeneralLatest

ପାଞ୍ଚ ଦିନ ବ୍ୟାଙ୍କ ଧର୍ମଘଟ ଡାକରା: ସେପ୍ଟେମ୍ବର ୨୮ ରୁ ପ୍ରଭାବିତ ହେବ ବ୍ୟାଙ୍କିଂ ସେବା

ନୂଆଦିଲ୍ଲୀ (ସଂକେତ ଟିଭି): ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ପକ୍ଷରୁ ପାଞ୍ଚ ଦିନିଆ ବ୍ୟାଙ୍କିଂ ସପ୍ତାହ, ପେନସନ୍ ଅପଡେଟେସନ୍, ଖାଲି ପଦବୀ ପୂରଣ ଏବଂ PLI ପେମେଣ୍ଟ ଭଳି ଦାବି ନେଇ ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।

ଧର୍ମଘଟ ଯୋଗୁଁ ଗ୍ରାହକମାନଙ୍କୁ ଅସୁବିଧା ନହେବା ପାଇଁ ସୋମବାର ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କ୍ଷେତ୍ରର ବ୍ୟାଙ୍କ, RRB ଏବଂ NABARD ର ଶୀର୍ଷ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏଥିରେ ବିକଳ୍ପ ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ।

ଏହା ବ୍ୟତୀତ ମୁଖ୍ୟ ଶ୍ରମ କମିଶନର ସେପ୍ଟେମ୍ବର ୨୨ ଏବଂ ୨୩ ତାରିଖରେ ଆଲୋଚନା ପାଇଁ IBA, ବ୍ୟାଙ୍କ ପରିଚାଳନା ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନର ଜାତୀୟ ସମ୍ପାଦକ ଡି.ଏନ୍. ତ୍ରିବେଦୀ ଏକ ସକରାତ୍ମକ ସମାଧାନ ପାଇଁ ଆଶା ପ୍ରକାଶ କରିଛନ୍ତି। ଯଦି ଆଲୋଚନା ବିଫଳ ହୁଏ, ତେବେ ସେପ୍ଟେମ୍ବର ୨୬ ଏବଂ ସେପ୍ଟେମ୍ବର ୨୭ ତାରିଖ ଛୁଟି ପରେ ସେପ୍ଟେମ୍ବର ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ଫଳରେ ଲଗାତାର ପାଞ୍ଚ ଦିନ ପାଇଁ ବ୍ୟାଙ୍କ ଶାଖା କାର୍ଯ୍ୟ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *