FeaturedGeneralLatestPolitics

୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ(ସଂକେତ ଟିଭି): ଭାରତୀୟ ଜନତା ପାର୍ଟି (ବିଜେପି) ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ମୋଟ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ଏହି ନିଯୁକ୍ତିଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ ହେବ।

ଓଡ଼ିଶା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ପ୍ରଭାରୀ ଏବଂ ଡ. ସ୍ୱଦେଶ ସିଂଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ଦିଲ୍ଲୀ ୟୁନିଟର ପ୍ରଭାରୀ ଭାବେ ବିନୟ ସହସ୍ରବୁଦ୍ଧେଙ୍କୁ ନିଯୁକ୍ତି ମିଳିଥିବା ବେଳେ ଜାମ୍ୟାଙ୍ଗ ନାମଗ୍ୟାଲ ଏବଂ ଦର୍ଶନା ଜରଦୋଶଙ୍କୁ ସହ-ପ୍ରଭାରୀ କରାଯାଇଛି। ଉତ୍ତର ପ୍ରଦେଶ ୟୁନିଟର ପ୍ରଭାରୀ ଭାବେ ବିନୋଦ ତାୱଡେଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜଗଦୀଶ ପଟେଲ, ମେଧା କୁଲକର୍ଣ୍ଣି, ପ୍ରଦୀପ ବର୍ମା ଏବଂ ଆନନ୍ଦଙ୍କୁ ସହ-ପ୍ରଭାରୀ କରାଯାଇଛି।

ରାଜସ୍ଥାନର ଦାୟିତ୍ୱ ସଞ୍ଜୟ ଭାଟିଆଙ୍କୁ ଦିଆଯାଇଥିବା ବେଳେ କବିତା ପାଟିଦାର ଏବଂ କୁଲଜିତ ଚହଲଙ୍କୁ ସହ-ଦାୟିତ୍ୱରେ ନିଯୁକ୍ତ କରାଯାଇଛି। ଅମୃତ ମାଲଭିଆ, ସଦାନନ୍ଦ ତନାଭେଡେ ଏବଂ କମଲଜିତ ସେହରାୱତଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ କରାଯାଇଛି। ହରିଶ ଦ୍ୱିବେଦୀଙ୍କୁ ବିହାର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ଅନ୍ୟାନ୍ୟ ନିଯୁକ୍ତି ମଧ୍ୟରେ—ଝାଡ଼ଖଣ୍ଡ ପ୍ରଭାରୀ ଗଜେନ୍ଦ୍ର ପଟେଲ, ଆଣ୍ଡାମାନ ନିକୋବର ପ୍ରଭାରୀ ଜୟପ୍ରକାଶ, ଅରୁଣାଚଳ ପ୍ରଦେଶ ପ୍ରଭାରୀ ଦେବେଶ କୁମାର, ଆନ୍ଧ୍ର ପ୍ରଦେଶ ପ୍ରଭାରୀ ଡା. ଅରବିନ୍ଦ ଭଦୋରିଆ, ଆସାମ ପ୍ରଭାରୀ ମଙ୍ଗଲ ପାଣ୍ଡେ, ଚଣ୍ଡିଗଡ଼ ପ୍ରଭାରୀ ମହେନ୍ଦ୍ର ପାଣ୍ଡେ, ଦାଦ୍ରା ନଗର ହବେଲି ପ୍ରଭାରୀ ବର୍ଷାବେନ୍ ନରେନ୍ଦ୍ରଭାଇ, ଗୋଆ ପ୍ରଭାରୀ ଭାରତୀ ପ୍ରବୀଣ ପାୱାର, ଗୁଜରାଟ ପ୍ରଭାରୀ ତରୁଣ ଚୁଗ୍, ହିମାଚଳ ପ୍ରଦେଶ ପ୍ରଭାରୀ ଶ୍ରୀକାନ୍ତ ଶର୍ମା, ଜାମ୍ମୁ-କଶ୍ମୀର ପ୍ରଭାରୀ ସତୀଶ ପୁନିଆଁ, କର୍ଣ୍ଣାଟକ ପ୍ରଭାରୀ ହରିଶ ଦ୍ୱିବେଦୀ, କେରଳ ପ୍ରଭାରୀ ଏମ୍. ନାଗରାଜ, ଲଦାଖ ପ୍ରଭାରୀ ରାଜକୁମାର ଭାଟିଆ, ଲକ୍ଷଦୀପ ପ୍ରଭାରୀ ଚାର୍ଜ କୁରିଅନ, ମଧ୍ୟପ୍ରଦେଶ ପ୍ରଭାରୀ ବିପ୍ଳବ କୁମାର ଦେବ, ମଣିପୁର ପ୍ରଭାରୀ ରାଜଦୀପ ରାୟ ଏବଂ ମେଘାଳୟ ପ୍ରଭାରୀ ଭାବେ କନାଦ ପୁରକାୟସ୍ଥ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *