FeaturedLatestNewsPolitics

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ

ଯାଜପୁର (ସଂକେତ ଟିଭି): ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି।

ଏ ନେଇ ଯାଜପୁର ଏସପିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି ଖୋଦ୍ ପ୍ରଣବ ବଳବନ୍ତରାୟ। ଏହି ଆକ୍ରମଣ ଘଟଣା ପଛରେ ବିଧାୟକ ହିମାଂଶୁ ଶେଖରଙ୍କ ହାତ ଥିବା ସେ କହିଛନ୍ତି।

ଗଡମଧୁପୁର ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ପାଇଁ ଗାଁକୁ ଗାଁ ବୁଲୁଥିବା ସମୟରେ କିଛି ଲୋକ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପରକୁ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଉପରକୁ ଟେକା ମାଡ଼ କରିଥିବା ଦେଖିବାକୁ ମିଳିଛି। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ତେବେ ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସେପଟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ପାଣିକୋଇଲି ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେଡି ନେତା ଓ କର୍ମୀ।

ଅଭିଯୋଗ ମୁତାବକ, ଦିନ ପ୍ରାୟ ୩ ଟା ସମୟରେ ପଦଯାତ୍ରା ଚାଲିଥିବା ବେଳେ ପ୍ରାୟ ଗାଡ଼ି ଉପରକୁ ଟେକା ମାଡ଼ କରିଥିଲେ। ଏହି ହିଂସାକାଣ୍ଡରେ ତାଙ୍କ ଗାଡ଼ି ସମେତ ମୋଟ ୩ଟି ଯାନବାହନ ଭଙ୍ଗାଯାଇ ବହୁତ କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଜଗଦୀଶ ଜେନାମଣିଙ୍କ ବାସଭବନକୁ ଯାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏବଂ ପୁନର୍ବାର ବଳବନ୍ତରାୟଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *