FeaturedLatestNewsPolitics

ବିଜେଡିର ନାରୀ ଅଧିକାର ଅଭିଯାନ ଆରମ୍ଭ

ଭୁବନେଶ୍ୱର (ସଂକେତ ଟିଭି): ଆଜିଠାରୁ ୨୫ ତାରିଖ ଯାଏଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଆରମ୍ଭ ହୋଇଛି। ମାଆର ଅଧିକାର ଓ ସ୍ୱାଧୀନତାର ସୁରକ୍ଷା ପାଇଁ ଏହି ଲଢ଼େଇ ଚାଲିବ।

ନବୀନ ପଟ୍ଟନାୟକଙ୍କ ଶାସନ ଓ ବିଜୁ ବାବୁଙ୍କ ଶାସନରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ। ନବୀନ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ ଏବଂ ୮୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିଥିଲେ ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।

ଏବେ ବିଜେପି ସରକାରରେ ୪୮ ହଜାର ମହିଳା ନିର୍ଯାତନା ମାମଲା ହୋଇଛି। ଭରତପୁର, ଢେଙ୍କାନାଳ, ଗୋପାଳପୁର, ହିଞ୍ଜିଳି ସବୁଠି ମହିଳା ନିର୍ଯାତନା ଘଟଣା ସାମ୍ନାକୁ ଆସିଛି।

ମହିଳା ସଂରକ୍ଷଣ ବିଲ ୨୦୨୩ ରେ ପାରିତ ହୋଇଥିଲା, ହେଲେ ମହିଳା ବିରୋଧୀ ବିଜେପି ଏହି ସଂରକ୍ଷଣ ଲାଗୁ କରିନାହିଁ। ଏହା ବିରୋଧରେ ବିକ୍ଷୋଭ କରାଯିବ। ପଞ୍ଚାୟତ ଓ ବ୍ଲକସ୍ତରରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସ୍ନେହାଙ୍ଗିନୀ କହିଛନ୍ତି।