CrimeLatestNews

ମହଙ୍ଗା ପଡିଲା ଯୁବତୀଙ୍କୁ ଦୁର୍ବ୍ୟବହାର, ଗଛରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପାଟଶାଣିପୁର ପଞ୍ଚାୟତ ବରହମପୁର ଗାଁରେ ଏଭଳି ଘଟଣା ଘଟିଛି। ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତିରେ ବରହମପୁର ଗାଁରେ ପଶିଥିଲେ। ଏହି ସମୟରେ ଗାଁର ଏକ ପରିବାରରେ କାର୍ଯ୍ୟକ୍ରମ ଚାଲିଥିଲା। ସେଠାରେ ପହଞ୍ଚି ଯୁବକ ଦୁଇ ଜଣ ଯୁବତୀଙ୍କୁ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ।

ଯାହାକୁ ନେଇ ଉପସ୍ଥିତ ଲୋକେ ତାତି ଉଠିଥିଲେ। ସେମାନେ ଦୁଇ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା। ଅନ୍ୟ ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରି ଦଉଡିରେ ଗଛରେ ବାନ୍ଧିଥିଲେ ଏବଂ ତାଙ୍କୁ ପ୍ରହାର ମଧ୍ୟ କରିଥିଲେ।

ଖବର ପାଇ ଦୀର୍ଘ ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ଯାଇଥିବା ଯୁବକଙ୍କୁ ଉଦ୍ଧାର କରିଥିଲା। ପୋଲିସ କହିଛି ଯେ, ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ଖୋଜି ଖୋଜି ଭୁଲରେ ଏହି ଗାଁରେ ପଶିଥିଲା।