FeaturedLatestNews

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଆସନ୍ତା ୩ ତାରିଖ (ଶୁକ୍ରବାର) ଦିନ ପାଇଁ ନିର୍ଧାରିତ ଓଡ଼ିଶା ଗସ୍ତ ହଠାତ୍ ବାତିଲ ହୋଇଯାଇଛି। ଗସ୍ତ ବାତିଲ ନେଇ ରାଜ୍ୟ ବିଜେପି ପକ୍ଷରୁ ଏକ ସଂକ୍ଷିପ୍ତ ବିବୃତ୍ତି ପ୍ରକାଶ ପାଇଛି, କିନ୍ତୁ ଏହାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳିପାରି ନାହିଁ।

ସୂଚନା ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କର ବରଗଡ଼, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଥିଲା। ହେଲେ, ଗୁରୁବାର ଅପରାହ୍ନ ସୁଦ୍ଧା ହଠାତ୍ ଏହି ସବୁ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି।

ବିଜେପି ନେତା ପ୍ରଦୀପ ପୁରୋହିତ ଏବଂ ରାଜ୍ୟ ବିଜେପି ସଭାପତି ଏହି ଗସ୍ତ ବାତିଲ ହେବାର ସୂଚନା ଦେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, କେନ୍ଦ୍ରସ୍ତରରେ କିଛି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆସିଯାଇଥିବାରୁ ଏହି ଗସ୍ତକୁ ସ୍ଥଗିତ ରଖାଯାଇଛି।

ତେବେ, ଅମିତ ଶାହାଙ୍କ ଗସ୍ତ କେଉଁ କାରଣରୁ ବାତିଲ ହେଲା, ଏ ନେଇ ସପ୍ଷ୍ଟ ଭାବେ କିଛି କୁହାଯାଇ ନାହିଁ। ସେହିପରି, ଏହି ଗସ୍ତ ପୁନଃ କେବେ ନିର୍ଦ୍ଧାରିତ ହେବ, ତାହା ମଧ୍ୟ ଜଣାଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶା ଗସ୍ତକୁ ପରବର୍ତ୍ତୀ ସମୟରେ ପୁନଃସୂଚୀ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *